ଓ୍ବାୟନାଡ,୧୦।୮: ଶୁକ୍ରବାର ସକାଳେ କେରଳର ଭୂସ୍ଖଳନ ପ୍ରଭାବିତ ୱାୟନାଡ ଜିଲାର ବିଭିନ୍ନ ସ୍ଥାନରେ ଭୂତଳରୁ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ଅଧିକାରୀ କହିଛନ୍ତି ଯେ ଅମ୍ବାଲାଭାୟାଲ ଗ୍ରାମ ଏବଂ ଭିଥିରୀ ତାଲୁକର କିଛି ଅଞ୍ଚଳରେ ଏକ ଉଚ୍ଚ ଶବ୍ଦ ଶୁଣାଗଲା। ପଞ୍ଚାୟତ ୱାର୍ଡର ଜଣେ ସଦସ୍ୟ କହିଛନ୍ତି ଯେ ଏହି ଶବ୍ଦ ସକାଳ ପ୍ରାୟ ୧୦ଟା ୧୫ରେ ଶୁଣାଗଲା।
ଭୂମି ତଳୁ ଆସୁଥିବା ରହସ୍ୟମୟ ଶବ୍ଦ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କୋଜିକୋଡେ ଜିଲାର କୁଡୁରିଞ୍ଜିରେ ମଧ୍ୟ ଏହିପରି ଘଟଣା ଘଟିଥଲା। ଆଇଏଏନଏସ ଅନୁଯାୟୀ, ଘଟଣାର ଅନୁସନ୍ଧାନ ପରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଏହା ଭୂକମ୍ପ ନୁହେଁ। ଚିନ୍ତା କରିବାର କିଛି ନାହିଁ । କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଭୂକମ୍ପ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଛି।