Advertisement

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ ପ୍ରମାଣ ଦେଇନାହିଁ। ବର୍ତ୍ତମାନ କାନାଡାର ଜାତୀୟ ସୁରକ୍ଷା ବିଶେଷଜ୍ଞ ଜୋ ଆଡାମ ଜର୍ଜ ଏହି ପ୍ରସଙ୍ଗରେ ନିଜର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଜର୍ଜ କହିଛନ୍ତି, ନିଜ୍ଜାର ହତ୍ୟା ଘଟଣାରେ ଭାରତ ବିରୋଧରେ ଠୋସ୍‌ ପ୍ରମାଣ ନ ଥିବା ଜଷ୍ଟିନ ଟ୍ରୁଡୋ ସ୍ବୀକାର କରିଛନ୍ତି। ଏହି ଅଭିଯୋଗ ସାର୍ବଜନୀନ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। କାନାଡା ଭାରତ ସହିତ ଅଧିକ ପ୍ରମାଣ ଶେୟାର ନ କରି ଦୋଷ ଦେବା ଠିକ୍‌ ନୁହେଁ। ମୁଁ ଭାବୁଛି କେବଳ ସମୟ ସବୁକିଛି କହିବ।

ଏହାପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ। ଏହା ପରେ ଭାରତ କଠୋରତା ଦେଖାଇ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି ଏବଂ ଟ୍ରୁଡୋ ଏହାକୁ ଏକ ରାଜନୈତିକ ଷ୍ଟଣ୍ଟ ବୋଲି କହିଛି। ସେପଟେ ଜଷ୍ଟିନ ଟ୍ରୁଡୋ କହିଛନ୍ତି, କାନାଡାର ଗୁପ୍ତଚର ତଥା ଏହାର ସହଯୋଗୀମାନେ ପରାମର୍ଶ ଦେଇଛନ୍ତି ଯେ ନିଜ୍ଜାର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ସମ୍ପୃକ୍ତ ଅଛନ୍ତି, କିନ୍ତୁ ସେତେବେଳେ କୌଣସି ଠୋସ ପ୍ରମାଣ ନାହିଁ ବୋଲି ସ୍ବୀକାର କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share