Posted inଖେଳ

ଆର୍ୟଲ୍ୟାଣ୍ଡ-ସ୍କଟଲ୍ୟାଣ୍ଡ ଜର୍ସିରେ ଦେଖିବାକୁ ମିଳିବ ଦେଶି ଟଚ୍‌,ଏହି ଡେରି ପ୍ରୋଜେକ୍ଟ କରିବ ସ୍ପନସର

ନୂଅଦେିଲ୍ଲୀ,୨୧।୪: କର୍ନାଟକ ମିଲ୍କ ଫେଡେରେଶନ (କେଏମଏଫ) ଟି -୨୦ ବିଶ୍ୱକପରେ ସ୍କଟଲ୍ୟାଣ୍ଡ ଏବଂ ଆର୍ୟଲ୍ୟାଣ୍ଡ ଦଳକୁ ପ୍ରାୟୋଜିତ କରିବାକୁ ଯାଉଛି। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ୧ ରୁ ୨୯ ଜୁନ ମଧ୍ୟରେ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ସୂଚନାଯୋଗ୍ୟ, ୨୦ଟି ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଉଛନ୍ତି।

କେଏମଏଫର ପରିଚାଳନା ନିର୍ଦ୍ଦେଶକଙ୍କ ଅନୁଯାୟୀ, ଦଳ ପ୍ରାୟୋଜକ ବ୍ୟତୀତ ଏହି ଟୁର୍ନାମେଣ୍ଟ ସମୟରେ କମ୍ପାନୀ ଆମେରିକାର ବଜାରରେ ହ୍ବେ (Whey)ରୁ ଉତ୍ପନ୍ନ ଏନର୍ଜି ଡ୍ରିଙ୍କ ବିକ୍ରି କରିବ। କେଏମଏଫ ପରିଚାଳନା ନିର୍ଦ୍ଦେଶକ ଏମ.କେ ଜଗଦୀଶ କହିଛନ୍ତି, ଏହା ସତ ଯେ ଆମେ ବିଶ୍ୱକପ ପାଇଁ ଉଭୟ କ୍ରିକେଟ ଦଳକୁ ପ୍ରାୟୋଜିତ କରିବାକୁ ଯାଉଛୁ।
କମ୍ପାନୀର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ଉତ୍ପାଦକୁ ବିଶ୍ୱବ୍ୟାପୀ ବିକ୍ରୟ କରିବା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଆମେରିକା ବନାମ କାନାଡା ଖେଳାଯିବ। ଏହା ପ୍ରଥମ ଥର ପାଇଁ ଏକ ଆଇସିସି ବିଶ୍ୱକପ ଟୁର୍ନାମେଣ୍ଟରେ ଆମେରିକାରେ ଖେଳାଯାଇଥିବା ମ୍ୟାଚ ଅନ୍ତର୍ଭୁକ୍ତ ହେବ। ୯ ଟି ସ୍ଥାନରେ ଟୁର୍ନାମେଣ୍ଟରେ ୫୫ ଟି ମ୍ୟାଚ ଖେଳାଯିବ।
ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯାଇଥିବା ଏହି ଅତିରିକ୍ତ ମ୍ୟାଚ ପାଇଁ ଦୁଇ ପ୍ରକାରର ଟିକେଟ ମୂଲ୍ୟ ଅଛି। ଏଥିମଧ୍ୟରୁ ସର୍ବନିମ୍ନ ମୂଲ୍ୟ ଟିକେଟ ୬ ଆମେରିକୀୟ ଡଲାର ରଖାଯାଇଛି ଏବଂ ସ୍ବତନ୍ତ୍ର ମ୍ୟାଚ ପାଇଁ ମୂଲ୍ୟ ୩୫ ଆମେରିକୀୟ ଡଲାର ରଖାଯାଇଛି। ଏହି ସମସ୍ତ ୧୩ ଟି ମ୍ୟାଚ ସାତୋଟି ଭିନ୍ନ ସ୍ଥାନରେ ଖେଳାଯିବ। ଟିକେଟର ଚାହିଦାକୁ ଦୃଷ୍ଟିରେ ରଖି ଆଇସିସି ଏହି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri