ଚେନ୍ନାଇ, ୨୭।୧୧: ନିକଟସ୍ଥ କୋଭାଲମ୍ ଉପକୂଳ ସମୁଦ୍ରରେ ଗୁରୁବାର ବୁଡି ପ୍ରାଣ ହରାଇଛନ୍ତି ଜଣେ ନୌସେନା ଅଧିକାରୀ। ମୃତକ ହେଲେ ୩୬ ବର୍ଷୀୟ ଲ୍ୟୁଟ୍ନାଣ୍ଟ କମାଣ୍ଡର ଜେ.ଆର୍. ସୁରେଶ।
ନୂଆଦିଲ୍ଲୀରେ ପୋଷ୍ଟିଂ ପାଇଥିବା ସୁରେଶ ସୋମବାର ତାଙ୍କ ପରିବାର ସହ ଥୋରାଇପକ୍କାମସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ। ଛୁଟି କାଟିବା ପାଇଁ ସେମାନେ ରହିଥିଲେ କୋଭାଲମ ବେଳାଭୂମର ଏକ ରିସର୍ଟରେ। ସମୁଦ୍ରରେ ସନ୍ତରଣ କରୁଥିବାବେଳେ ସୁରେଶ ବୁଡ଼ିଯାଇଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା।