ମାଛ ଧରିବା ପାଇଁ ପଡ଼ିଥିଲା ଜାଲ : ମିଳିଲା କୁମ୍ଭୀର

 

ପଦ୍ମପୁର,୨୫।୬(କାଳୀପଦରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନ ଅଗପୁର ଗ୍ରାମର କଣ୍ଟା ନଦୀରୁ ରବିବାର ସକାଳେ ଏକ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର କିଛି ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ। କୁମ୍ଭୀରଟି ଜାଲରେ ଛନ୍ଦି ହୋଇ ପଡ଼ିଥିଲା। ଖବରପାଇ ବନ ବିଭାଗ କୁମ୍ଭୀରଟିକୁ ନେଇଯାଇଛନ୍ତି।