ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ଦାରିଙ୍ଗବାଡି ପ୍ରତିନିଧି ପିଟର ଦିଗାଲଙ୍କ ନେତୃତ୍ୱରେ ୨୫ ପଞ୍ଚାୟତର କଂଗ୍ରେସ ସମର୍ଥକ ସମେତ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମର ଶତାଧିକ ମହିଳା ବିଡ଼ିଓଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ଦୁର୍ଗମ କେରୁବାଡି ଗ୍ରାମକୁ ଲକ୍ଷ୍ମୀବସ ଚଳାଇବାକୁ ନିବେଦନ କରିଛନ୍ତି। ଏବେ ଲଷ୍ମୀବସ ଭ୍ରମରବାଡି ପଞ୍ଚାୟତ ପର୍ଯ୍ୟନ୍ତ ଯାଉଥିବାବେଳେ ଉକ୍ତ ପଞ୍ଚାୟତର ସବୁଠାରୁ ବଡ଼ ଗ୍ରାମ କେରୁବାଡି ହୋଇଥିବାବେଳେ ସେଠାରେ ଜନସଂଖ୍ୟା ଅଧିକା ରହିଥିବା ଲୋକ ଅଭିଯୋଗରେ ଜଣାଇଥିଲେ। ବିଡ଼ିଓ ଲୋକଙ୍କ ଅଭିଯୋଗ ଶୁଣିବା ସହ କନ୍ଧମାଳ ଜିଲାପାଳଙ୍କୁ ଜଣାଇ ପଦକ୍ଷେପ ନେବି ବୋଲି କହିଥିଲେ। ତେବେ ବିଡ଼ିଓଙ୍କୁ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଉକ୍ତ ଲଷ୍ମୀ ବସରେ ଗୋଟିଏ ଦିନ ପାଇଁ କେରୁବାଡି ଯିବାକୁ ବସର କର୍ମଚାରୀଙ୍କୁ ବିଡ଼ିଓ ରଥ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୟରେ ବିଧାୟକଙ୍କ ପ୍ରତିନିଧି ପିଟରଙ୍କ ସମେତ କରମ ସିଂ ନାୟକ, ଶ୍ୟାମଘନ ପ୍ରଧାନ, ବିନୋଦ ନାୟକ, ନାଇଗା ପ୍ରଧାନ, ନାଗେଶ୍ୱର ପ୍ରଧାନ, ସନ୍ଧ୍ୟାରାଣୀ ନାୟକ, କବିତା ନାୟକ, ମିତା ନାୟକ, ତେଜ ନାୟକ, ବିରଦା ନାୟକ, ନମିତା ନାୟକ ଜ୍ୟୋତିରାଜ ଲିମା, ଝରା ନାୟକ, ଲାଦି ପ୍ରଧାନ, ପ୍ରଫୁଲ ନାୟକ, ଅଭିଷେକ ଦଳବେହେରା ପ୍ରମୁଖ ବିଡ଼ିଓଙ୍କୁ ଭେଟିଛନ୍ତି। ପରେ ବିଡ଼ିଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ସମୀକ୍ଷା ବୈଠକ କରି ଦାରିଙ୍ଗବାଡି ଅଞ୍ଚଳରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ସମୀକ୍ଷା ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ପାତ୍ର, ଏପିଓ କେଦାର ଚନ୍ଦ୍ର ପଣ୍ଡା, ବିପିଏମ ପିଣ୍ଟୁ ନାୟକ, ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟକ୍ରମ ଅଧିକାରୀ, ଗ୍ରାମ ରୋଜଗାର ସେବକଙ୍କ ସମେତ ସମସ୍ତ ବିଭଗୀୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି। ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ, ସମସ୍ତଙ୍କ ସହଯୋଗରେ ଦାରିଙ୍ଗବାଡିର ସମସ୍ତ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri