Posted inଜାତୀୟ

ନୂଆ ସମ୍ବିଧାନ ଲୋଡ଼ା

ନୂଆଦିଲ୍ଲୀ,୧୯ା୮, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ଅଧ୍ୟକ୍ଷ ଡକ୍ଟର ବିବେକ ଦେବରାୟ ଭାରତ ପାଇଁ ଏକ ନୂଆ ସମ୍ବିଧାନ ପ୍ରଣୟନ ଦାବିକରି ବିବାଦରେ ଫସିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଆପତ୍ତି ଉଠାଇଥିବାବେଳେ ବିବେକଙ୍କ ବିବାଦୀୟ ଆଲେଖ୍ୟରୁ କେନ୍ଦ୍ର ଦୂରତ୍ୱ ଅବଲମ୍ବନ କରିବା ସହ ଏହା ସରକାରଙ୍କ ମତ ନୁହେଁ ବୋଲି ସ୍ପଷ୍ଟ କରିଛି। ଏହି ପରିପ୍ରେକ୍ଷୀରେ ବିବେକ ମଧ୍ୟ ଗୁରୁବାର ସ୍ପଷ୍ଟୀକରଣ ଦେଇଛନ୍ତି।
୧୫ରେ ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ‘ଦି ମିଣ୍ଟ’ ଖବରକାଗଜରେ ବିବେକ ଦେବରାୟଙ୍କ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା। ‘ଦେଆର୍‌ ଇଜ୍‌ ଏ କେସ୍‌ ଫର୍‌ ଦି ପିପୁଲ ଟୁ ଏମ୍ବ୍ରାସ୍‌ ଏ ନ୍ୟୁ କନ୍‌ଷ୍ଟିଚ୍ୟୁଶନ୍‌’ ଶୀର୍ଷକ ଏହି ସ୍ତମ୍ଭରେ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ପରିବର୍ତ୍ତେ ବର୍ତ୍ତମାନ ଭାରତରେ ଏକ ନୂଆ ସମ୍ବିଧାନର ଆବଶ୍ୟକତା ରହିଥିବା ଉଲ୍ଲେଖ କରାଯାଇଥିଲା। ଏଥିରେ ବିବେକ ଯାହା ଲେଖିଥିଲେ ତା’ର ସାରାଂଶ ହେଉଛି, ସ୍ବାଧୀନତା ଦିବସରେ ଆମେ ଅତୀତକୁ ଫେରି ଦେଖିଲେ ପ୍ରଶ୍ନ କରିବା ଯେ, ୧୯୪୭ ପରଠୁ କ’ଣ ପାଇଛେ। ଆମ ସମ୍ବିଧାନ ୧୯୩୫ର ଗଭର୍ନମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍ଟ ଉପରେ ବହୁଳ ଭାବେ ପର୍ଯ୍ୟବସିତ। ସେହି ଦୃଷ୍ଟିରୁ ଦେଖିଲେ ଏହା ଏକ ଉପନିବେଶ ଲିଗାସି ମନେହୁଏ। ୨୦୦୨ରେ ସମ୍ବିଧାନର କାର୍ଯ୍ୟକାରିତା ଉପରେ ସମୀକ୍ଷା ପାଇଁ ଗଠିତ ଏକ କମିଶନଙ୍କ ରିପୋର୍ଟ ଆସିଥିଲା। କିନ୍ତୁ ଏହା ଅଧୁରା ହୃଦୟରେ ନିଆଯାଇଥିବା ଏକ ପଦକ୍ଷେପ ଥିଲା। ଆଇନ ସଂସ୍କାର ଉଦ୍ଦେଶ୍ୟରେ କରାଯାଉଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ନୁହେଁ। ସମ୍ବିଧାନଗୁଡ଼ିକର ଆୟୁଷ ମାତ୍ର ୧୭ ବର୍ଷ ରହିଥାଏ। ତେଣୁ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ନୂଆ ସମ୍ବିଧାନର ଆବଶ୍ୟକତା ଥିବା ସେ ଉକ୍ତ ସ୍ତମ୍ଭରେ ଉଲ୍ଲେଖ କରିଥିଲେ।
ଉକ୍ତ ପ୍ରସଙ୍ଗକୁ ନେଇ ବିବାଦ ଘନେଇବାରୁ ଇଏସି-ପିଏମ୍‌ ଏଥିରୁ ନିଜକୁ ଦୂରେଇ ରଖିଛି। ବିବେକଙ୍କ ସଦ୍ୟ ନିବନ୍ଧ ତାଙ୍କ ବ୍ୟକ୍ତିଗତ ମତ। ଏଥିରେ ଇଏସି-ପିଏମ୍‌ କିମ୍ବା ଭାରତ ସରକାରଙ୍କ ମତାମତ ପ୍ରତିଫଳିତ ହେଉ ନ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅର୍ଥିକ ବ୍ୟାପାରରେ ପରାମର୍ଶ ଦେଉଥିବା ଏହି ସ୍ବାଧୀନ ସଂସ୍ଥା କହିଛି। ଏନେଇ ବିବେକ ମଧ୍ୟ ଗୁରୁବାର ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ସ୍ବାଧୀନତା ଦିବସରେ ପ୍ରକାଶିତ ସ୍ତମ୍ଭ ତାଙ୍କର ବ୍ୟକ୍ତିଗତ ମତ। ଯେତେବେଳେ ଜଣେ ବ୍ୟକ୍ତି ଏକ ସ୍ତମ୍ଭ ଲେଖିଥାନ୍ତି ସେଥିରେ ଲେଖକଙ୍କ ବ୍ୟକ୍ତିଗତ ମତାମତ ପ୍ରତିଫଳିତ ହୋଇଥାଏ। ତାହା ସେ ସମ୍ପୃକ୍ତ ଥିବା ସଂସ୍ଥାର ମତ ନୁହେଁ ବୋଲି ଏଏନ୍‌ଆଇକୁ ସାକ୍ଷାତ୍‌କାର ବେଳେ ବିବେକ କହିଛନ୍ତି। ସାକ୍ଷାତ୍‌କାର ବେଳେ ବିବେକ ଆହୁରି କହିଛନ୍ତି, ତାଙ୍କ ବ୍ୟକ୍ତିଗତ ମତକୁ ଲୋକେ ଇଏସି-ପିଏମ୍‌ ସହ ଯୋଡ଼ିବା ଦୁର୍ଭାଗ୍ୟଜନକ। ସେ ସମ୍ବିଧାନର ସମୀକ୍ଷା ଉପରେ ପ୍ରଥମ ଥର ପାଇଁ ଲେଖିନାହାନ୍ତି। ଅତୀତରେ ମଧ୍ୟ ସମାନ ପ୍ରସଙ୍ଗରେ ସେ ଅନୁରୂପ ମତ ବ୍ୟକ୍ତ କରିଥିଲେ। ଏପରି କି ସମ୍ବିଧାନର ସ୍ଥପତି ଆମ୍ବେଡକର ମଧ୍ୟ ଜୀବିତାବସ୍ଥାରେ ଏଭଳି ମତ ଦେଇଥିଲେ। ୧୯୫୩ ସେପ୍ଟେମ୍ବର ୨ରେ ଆମ୍ବେଡକର ରାଜ୍ୟ ସଭାରେ ସମ୍ବିଧାନର ସମୀକ୍ଷା କରାଯିବା ଉଚିତ ବୋଲି କହିଥିଲେ। ଏହାର ତାତ୍ପର୍ଯ୍ୟ ବର୍ତ୍ତମାନର ଗୋଟା ସମ୍ବିଧାନକୁ ଫୋପାଡ଼ିଦେବା ନୁହେଁ ବୋଲି ବିବେକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛିଣ୍ଡିଲା ଏନ୍‌ଡିଏର ଆସନ ବୁଝାମଣା: ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ରାଞ୍ଚି,୧୯ା୧୦: ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଝାଡ଼ଖଣ୍ଡରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ତଦନୁସାରେ...

କିଏ ସେହି ନଭ୍ୟା? ଯିଏକି ପ୍ରିୟଙ୍କାଙ୍କୁ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯ା୧୦: କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ପାଇଁ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ସେଠାରୁ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେ...

ଟିକେଟ କରାଇଦେବା ନାଁରେ ୨ କୋଟି ଠକେଇ: କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଅଟକ

ବେଙ୍ଗାଲୁରୁ,୧୯ା୧୦: ୨ କୋଟି ଟଙ୍କା ଠକେଇ ମାମଲାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଯୋଷୀ ଏବଂ ପୁତୁରା ଅଜୟ ଯୋଷୀଙ୍କୁ ବେଙ୍ଗାଲୁରୁ ପୋଲିସ ଶନିବାର...

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri