କରୋନାର ନୂଆ ରୂପ ‘ଜି୬୧୪’: ୯ଗୁଣ ଅଧିକ ବଢ଼ାଉଛି ସଂକ୍ରମଣ

ନୂଆ ରୂପରେ ଅଧିକ ବ୍ୟାପୁଛି କରୋନା। ଏଭଳି କିଛି ଜାଣିବାକୁ ପାଇଛନ୍ତି ଅର୍ନ୍ତରାଷ୍ଟ୍ରୀୟ ଅନୁସନ୍ଧାନକାରୀଙ୍କ ଏକ ଟିମ୍‌। ଅଧିକାଂଶ ଲୋକ ଏବେ ଏହି କରୋନାରେ ସଂକ୍ରମିତ ହେଉଥିବା ମଧ୍ୟ ସେମାନେ କହିଛନ୍ତି।

ସିଏନ୍‌ଏନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍‌ର ନୂଆ ରୂପ ଏବେ ୟୁରୋପରୁ ଆମେରିକାରେ ପହଞ୍ଚିଥିବା ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି। ନୂଆ ମ୍ୟୁଟେଶନ୍‌(ପରିବର୍ତ୍ତନ)ରେ ସଂକ୍ରମଣ ବଢ଼ାଇବାର ଅଧିକ କ୍ଷମତା ରହିଛି। ଏହା ପୂର୍ବରୁ ପଜିଟିଭ୍‌ ହୋଇସାରିଥିବା ଲୋକଙ୍କୁ ପୂର୍ବ ରୂପ ଅପେକ୍ଷା କମ୍‌ ପ୍ରଭାବିତ କରୁଛି।

କରୋନାର ନୂଆ ମ୍ୟୁଟେଶନର ନାମ ରହିଛି ଜି୬୧୪। ଏହାକୁ ପ୍ରତିଷେଧକ ଟିକା ଦ୍ୱାରା ରୋକାଯାଇପାରିବ କି ନାହିଁ ତାହା ବିଶେଷଜ୍ଞମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହା ଜଣାପଡ଼ିବା ପରେ ଟିକା ବାହାର କରାଯିବ। ତେବେ ଜି୬୧୪ ପୂର୍ବ ଡି୬୧୪ଠାରୁ ୩ରୁ ୯ ଗୁଣ ଅଧିକ କ୍ଷତିକାରକ। ମାର୍ଚ୍ଚ ପୂର୍ବରୁ ଏହା କେବଳ ୟୁରୋପରେ ଥିବା ବେଳେ ଏବେ ସାରା ବିଶ୍ୱରେ ଏଭଳି ସଂକ୍ରମଣ ଦେଖାଯାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

Share