ଅଙ୍କିତାଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ବାମୀ ବିକି ଜୈନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଏହି ଦମ୍ପତି ଜଣେ ରାଜକୁମାରୀଙ୍କୁ ସ୍ବାଗତ କରିଛନ୍ତି। ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି।
ଏହି ଭିଡିଓରେ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ଏକ ସୁନ୍ଦର ବିଲେଇଙ୍କୁ ନିଜ ଘରେ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି। ଏହି କପରେ ଦମ୍ପତି ବିଲେଇ ସହ ଖେଳିବା, ଏହାକୁ ଆଲିଙ୍ଗନ କରିବା ଏବଂ ଏହାର ଯତ୍ନ ନେଉଥିବାର ନଜର ଆସିଛନ୍ତି। ଅଙ୍କିତା ଭିଡିଓ ଶେୟାର କରି ଲେଖିଛନ୍ତି, ‘ଆମ ପରିବାରକୁ ତୁମକୁ ସ୍ବାଗତ, ଆମର ଛୋଟ ରାଜକୁମାରୀ ମ୍ୟୁ ଲୋଖଣ୍ଡେ ଜୈନ। ତୁମେ ଆମ ପରିବାରର ନୂତନ ସଦସ୍ୟ, ମା ଏବଂ ବାପା ତୁମକୁ ବହୁତ ଭଲ ପାଆନ୍ତି। ତୁମେ ଆମ ଜୀବନରେ ବହୁତ ସାରା ଭଲପାଇବା ଏବଂ ଖୁସି ଆଣିଥାଅ। ତୁମେ ଆମପାଇଁ ସୁଖ ଆଣିଛ।
ଅଙ୍କିତା ଆହୁରି ଲେଖିଛନ୍ତି, ତୁମର ଆଗମନ ପରଠାରୁ ଆମ ଜୀବନ ହସ ଏବଂ ପ୍ରେମରେ ପରିପୂର୍ଣ୍ଣ ହୋଇଛି।
ସୂଚନାଯୋଗ୍ୟ, ଅଙ୍କିତା ଲୋଖଣ୍ଡେ ବ୍ୟବସାୟୀ ବିକି ଜୈନଙ୍କୁ ୧୪ଡିସେମ୍ବର ୨୦୨୧ରେ ମୁମ୍ବାଇରେ ବିବାହ କରିଥିଲେ। ନିକଟରେ ଅଙ୍କିତା ଲୋଖଣ୍ଡେ ରିଅଲିଟି ଶୋ ‘ବିଗ ବସ ୧୭’ରେ ନଜର ଆସିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ‘ଲାପ୍ଟର ଶେଫସ୍‌-ଅନଲିମିଟେଡ ଏଣ୍ଟରଟେନମେଣ୍ଟ’ରେ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ...

ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri