Categories: ବାଣିଜ୍ୟ

ବଜାଜ୍‌ ଫାଇନାନ୍ସର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬।୮: ବଜାଜ୍‌ ଫାଇନାନ୍ସ ଲିମିଟେଡ୍‌ (ବିଏଫ୍‌ଏଲ୍‌)କୁ ନିକଟରେ ଏକ ବିରଳ ସଫଳତା ମିଳିଥିବାବେଳେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଭାବେ ଏକ ଐତିହାସିକ ରେକର୍ଡ ହାସଲ କରିଛି। ବିଶେଷକରି ବିଏଫ୍‌ଏଲ୍‌ର ଫିକ୍ସଡ ଡିପୋଜିଟ (ଏଫ୍‌ଡି) ଖାତା ପରିମାଣ ୫୦,୦୦୦ କୋଟି ଟଙ୍କା ପାରକରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଥିବାବେଳେ କମ୍ପାନୀରେ ବର୍ତ୍ତମାନ ଅଧ ନିୟୁତ ଜମାକାରୀ ରହିଛନ୍ତି ଏବଂ ପ୍ରତ୍ୟେକ ଜମାକାରୀ ୨.୮୭ ଲକ୍ଷ ଜମା ରଖିବା ସହିତ ମୋଟ ଜମା ସଂଖ୍ୟା ୧.୪ ନିୟୁତରେ ପହଞ୍ଚତ୍ଛି। ଏ ସମ୍ପର୍କରେ ବିଏଫ୍‌ଏଲ୍‌ର ଏକ୍‌ଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ (ଫିକ୍ସଡ ଡିପୋଜିଟସ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟସ) ସଚିନ ସିକ୍କା କହିଛନ୍ତି, କମ୍ପାନୀ ଗ୍ରାହକମାନଙ୍କୁ ଆକର୍ଷଣୀୟ ସୁଧ ହାରରେ ଦୀର୍ଘାବଧି ସଞ୍ଚୟ ସମାଧାନ ଯୋଗାଇଦେବା ଉପରେ ବ୍ୟାପକ କାର୍ଯ୍ୟ କରିଛୁ। ଏପରିକି ଆମର ଏଫ୍‌ଡି ପୋର୍ଟଫୋଲିଓରେ ଦ୍ରୁତ ଅଭିବୃଦ୍ଧି ଘଟିଛି ଏବଂ ଏହା ଗତ ୨ବର୍ଷ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି; ଯାହା ବଜାଜ ଫିନ୍‌ସର୍ଭ ବ୍ରାଣ୍ଡ୍‌ ଉପରେ ଗ୍ରାହକଙ୍କ ବିଶ୍ୱାସବୋଧ, ଫିକ୍ସଡ ଜମା ଡିଜିଟାଲ ପଦ୍ଧତିରେ ସହଜରେ ବୁକ୍‌ କରିବା ତଥା ଆମର ରାଷ୍ଟ୍ରବ୍ୟାପୀ ଉପସ୍ଥିତିକୁ ପ୍ରତିଫଳିତ କରୁଛି। ସେହିଭଳି ବିଗତ ୧୦ ବର୍ଷ ମଧ୍ୟରେ କମ୍ପାନୀ ତା’ର ଜମାଖାତା ପରିମାଣ ସିଏଜିଆର୍‌ ୬୦% ହାରରେ ଅଭିବୃଦ୍ଧି ହାସଲ କରିଛି ଏବଂ ଜମାକାରୀଙ୍କ ସଂଖ୍ୟା ସିଏଜିଆର୍‌ ୪୯% ଆକାରରେ ବୃଦ୍ଧି ପାଇଛି। ଏପରିକି କମ୍ପାନୀ ୧୨ମାସ ଅବଧି ନିମନ୍ତେ ୭.୪୦% ଏବଂ ୨୪ ମାସ ନିମନ୍ତେ ୭.୫୫% ସୁଧ ହାର ପ୍ରଦାନ କରୁଛି। ବିଶେଷକରି ୩୬ମାସରୁ ୬୦ ମାସ ପର୍ଯ୍ୟନ୍ତ ଅବଧି ନିମନ୍ତେ ସୁଧହାର ୮.୦୫% ରହିଥିଲାବେଳେ ବରିଷ୍ଠ ନାଗରିକଙ୍କୁ ଏହି ହାର ଉପରେ ଅତିରିକ୍ତ ୦.୨୫% ସୁଧ ପ୍ରଦାନ କରାଯାଉଛି। ଅପରପକ୍ଷରେ ବଜାଜ ଫାଇନାନ୍ସ ୪୪ମାସ ଅବଧି ନିମନ୍ତେ ବରିଷ୍ଠ ନାଗରିକଙ୍କ ନିମନ୍ତେ ୮.୬୦% ଏବଂ ଅନ୍ୟମାନଙ୍କ ପାଇଁ ୮.୩୫%ର ସର୍ବାଧିକ ସୁଧହାର ପ୍ରଦାନ କରୁଛି।

Share