ଟାଟା ଷ୍ଟିଲ୍‌ର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍‌’କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଟାଟା ଷ୍ଟିଲ୍‌ର ଓଡ଼ିଶା ୟୁନିଟ୍‌ ଅନ୍ତର୍ଗତ କଟକ ଜିଲାର ଆଠଗଡ଼ସ୍ଥିତ ଫେରୋକ୍ରୋମ୍‌ କାରଖାନାର ଉଲ୍ଲେଖନୀୟ ସଫଳତା ସହ୍‌ ନୂତନ ମାଇଲଖୁଣ୍ଟ ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ଟାଟା ଷ୍ଟିଲ୍‌ର ଆଠଗଡ଼ସ୍ଥିତ ଫେରୋକ୍ରୋମ୍‌ କାରଖାନାଠାରେ ଫେରୋକ୍ରୋମ୍‌ ନିର୍ମାଣରେ ବାୟୋ ମାସ୍‌ ବ୍ୟବହାରର ସଫଳ ପରୀକ୍ଷଣ ହୋଇଯାଇଛି। ଏପରିକି କମ୍ପାନିର ଫେରୋ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ କାର୍ଯ୍ୟ କରୁଥିବା ଏହି କାରଖାନା ପାରମ୍ପରିକ କାର୍ବନ ଉତ୍ସର ଦୀର୍ଘସ୍ଥାୟୀ ବିକଳ୍ପ ଭାବେ ଏହି ପରୀକ୍ଷଣ କରିବାରେ ଭାରତର ପ୍ରଥମ କମ୍ପାନୀ ଭାବେ ଉଭା ହୋଇଛି। ଅପରପକ୍ଷରେ ଦୀର୍ଘସ୍ଥାୟୀ ଫେରୋକ୍ରୋମ ଉତ୍ପାଦନ ଏବଂ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ପରୀକ୍ଷଣରେ ଜୀବାଶ୍ମ ଇନ୍ଧନକୁ ଜୈବ ପଦାର୍ଥରୁ ପ୍ରାପ୍ତ ଏକ ଅକ୍ଷୟ ଶକ୍ତି ଉତ୍ସ ବାୟୋମାସ୍‌ ସହିତ ବଦଳାଇବାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ଫେରୋକ୍ରୋମ୍‌ (ବାୟୋମାସର ୫% ବ୍ୟବହାର) ୦.୦୮-ଟନ୍‌ ସିଓ୨ ନିର୍ଗମନ ହ୍ରାସ ପାଇବ ବୋଲି ଆଶା କରାଯାଉଛି, ଯାହା ଫେରୋକ୍ରୋମ୍‌ ପ୍ଲାଣ୍ଟରୁ ସମୁଦାୟ ସିଓ୨ ନିର୍ଗମନର ପ୍ରାୟ ୬% ବୋଲି କୁହାଯାଉଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ଫେରୋ ଆଲଏଜ୍‌ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି, ଏହି ପରୀକ୍ଷଣ ଦୀର୍ଘସ୍ଥାୟିତ୍ୱ ଦିଗରେ ଆମର ପ୍ରତିଶ୍ରୁତି ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଆମ ପ୍ରୟାସର ଏକ ଅଂଶ । ଏପରିକି ବାୟୋମାସ୍‌ର ବ୍ୟବହାରକରି ଆମେ ଏକ ସ୍ବଚ୍ଛ, ଦୀର୍ଘସ୍ଥାୟୀ ଉତ୍ପାଦନ ପ୍ରକ୍ରିୟା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ,ଯାହା ଏକ ସବୁଜ ଭବିଷ୍ୟତ ତିଆରି କରିବାରେ ଯୋଗଦାନ କରିବ। ଏହି ପଦକ୍ଷେପ ମାଧ୍ୟମରେ ପାରମ୍ପରିକ ଇନ୍ଧନ ବଦଳରେ କାର୍ବନ ନ୍ୟୁଟ୍ରାଲ୍‌ ବାୟୋମାସ୍‌ ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri