Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
ଓଭୋ ଫାର୍ମ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ - Dharitri

ଓଭୋ ଫାର୍ମ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୫।୧୦: ରାଜ୍ୟର ପ୍ରମୁଖ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ‘ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଶୁକ୍ରବାର ଏକ ନୂଆ ବ୍ରାଣ୍ଡ୍‌ ‘କେନ୍‌କୋ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦଗୁଡିକୁ ମଧ୍ୟ ଉନ୍ମୋଚନ କରାଯାଇଛି। ୪ଟି ଭିନ୍ନ ଭିନ୍ନ ପ୍ରକାରର ଅଣ୍ଡା ଯଥା ହାଇ-ପ୍ରୋ, ବ୍ରାଉନ୍‌, ଇମ୍ୟୁନୋ ଓ ହାର୍ଟି ବର୍ତ୍ତମାନ ଭୁବନେଶ୍ୱର, କୋଲକାତା ଓ ଗୁଆହାଟୀ ଭଳି ବୃହତ୍‌ ବଜାରରେ ଉପଲବ୍ଧ ହେଉଛି। ସେହିଭଳି ସାରା ଦେଶର ଗ୍ରାହକମାନେ ପ୍ରମୁଖ ଇ-କର୍ମସ ପ୍ଲାଟ୍‌ଫର୍ମ ସାଙ୍ଗକୁ ସୁପରମାର୍ଟ ଓ ୪୦୦ରୁ ଅଧିକ ସାଧାରଣ ଦୋକାନଗୁଡ଼ିକରେ ମଧ୍ୟ କେନ୍‌କୋ ବ୍ରାଣ୍ଡ୍‌ର ଅଣ୍ଡାଗୁଡିକୁ କ୍ରୟ କରିପାରିବେ ବୋଲି ଫାର୍ମ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡର ସିଇଓ ସମରେନ୍ଦ୍ର ମିଶ୍ର କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ଓ ସ୍ବାସ୍ଥ୍ୟକର ଉତ୍ପାଦ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛୁ। ସେହିଭଳି ଅଣ୍ଡା ବଜାରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବା ଉପରେ କାର୍ଯ୍ୟ କରିବା ଜାରି ରଖିବୁ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ବିଶ୍ୱ ଅଣ୍ଡା ଦିବସରେ ଆମେ ଆମର ନୂଆ ବ୍ରାଣ୍ଡ୍‌ କେନ୍‌କୋର ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଓ ଗର୍ବ ଅନୁଭବ କରୁଛୁ। ଓଡ଼ିଶାର ବଲାଙ୍ଗୀର ଜିଲାରେ ଅବସ୍ଥିତ ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟଗୁଡିକୁ ଅନ୍ତର୍ଜାତୀୟ ମାନକ ସହିତ ସର୍ବୋଚ୍ଚ ଗୁଣମାନର ଅଣ୍ଡା ଯୋଗାଉଛି। ଓଭୋ ଫାର୍ମର ୩ଟି ଅତ୍ୟାଧୁନିକ ଫାର୍ମ ଜରିଆରେ ପ୍ରତିଦିନ ୧ମିଲିୟନରୁ ଅଧିକ ଅଣ୍ଡା ଉତ୍ପାଦନ କରାଯାଉଛି। ସେହିଭଳି ଗୁଣାତ୍ମକ ପୋଷଣ-ସମୃଦ୍ଧ ଅଣ୍ଡା ଯୋଗାଇବା ଉପଭୋକ୍ତାଙ୍କ ଜୀବନ ଓ ଜୀବିକାକୁ ସମୃଦ୍ଧ କରିବାର ଏକ ଲକ୍ଷ୍ୟ ସହ ଦୀର୍ଘ ୨୦ବର୍ଷ ହେବ ଫାର୍ମର ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସିଇଓ ସମରେନ୍ଦ୍ର ମିଶ୍ର କଠିନ ପରିଶ୍ରମ ସାଙ୍ଗକୁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି...

ହୋଣ୍ଡା ଆମେଜ୍‌ର ପ୍ରତିକୃତି ଅନାବରଣ

ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ...

କମ୍‌ଭିଭା ସହ ଏଡବ୍ଲ୍ୟୁଏସ୍‌ର ବୁଝାମଣା

ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା କମ୍‌ଭିଭା ଏବଂ ଆମାଜନ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍‌ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର...

ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ...

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟକା, ୨୦୨୫ରେ ବଢିବ…

ନୂଆଦିଲ୍ଲୀ,୧୨।୧୧: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ନୂଆ କମ୍ପାନୀ ବଜାରରେ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି। କିନ୍ତୁ ୨୦୨୫ରେ ସ୍ମାର୍ଟଫୋନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri