Categories: ଜାତୀୟ

ଆଜି ବିଶ୍ୱାସଘାତକତାର ଏକ ନୂଆ ରେକର୍ଡ ସୃଷ୍ଟି ହେଲା: ଅଖିଳେଶ

ପାଟନା,୨୮।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଏନଡିଏ ସହ ସରକାର ଗଢି ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିହାରର ଏହି ରାଜନୈତିକ ହଲଚଲଉପରେ ପୂର୍ବତନ ଅଖିଳେଶ ଭାଜପାକୁ ଟାର୍ଗେଟ କରିଛନ୍ତି।
ଏସପି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି,ଭାଜପା ନିଜ ଜୀବନ କାଳରେ ସେତେ ଦୁର୍ବଳ ନ ଥିଲା, ଯେତେ ଆଜି ହୋଇଯାଇଛି। ଆଜି ବିଶ୍ୱାସଘାତକତାର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଜନସାଧାରଣ ଏହାକୁ ଉପଯୁକ୍ତ ଜବାବ ଦେବେ। ଜଣେ ବ୍ୟକ୍ତି ଭାବରେ ଏହାଠାରୁ ବଡ଼ ପରାଜୟ ଆଉ କିଛି ହୋଇପାରିବ ନାହିଁ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳେ ରାଜ୍ୟପାଳ ରାଜେନ୍ଦ୍ର ଭି ଆର୍ଲେକରଙ୍କ ଇସ୍ତଫା ପତ୍ର ଦେଇଥିଲେ। ନୀତୀଶ କୁମାରଙ୍କ ଇସ୍ତଫା ଗ୍ରହଣ କରିବା ପରେ ରାଜ୍ୟପାଳ ତାଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବାକୁ କହିଥିଲେ। ଅନ୍ୟପକ୍ଷରେ ବିହାରରେ ମିଳିତ ମେଣ୍ଟ ଇଣ୍ଡିଆ ଭାଙ୍ଗିବା ପାଇଁ ଜେଡିୟୁ କଂଗ୍ରେସକୁ ଦାୟୀ କରିଛି ଏବଂ କହିଛି ଯେ ଏହାର ନେତାମାନେ ବିରୋଧୀ ଦଳ ନୁହେଁ ବରଂ ନିଜ ଦଳକୁ ମଜଭୁତ କରିବାରେ ବ୍ୟସ୍ତ ଅଛନ୍ତି।

Share