ମା’ ଶାରଳାଙ୍କ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ

ଜଗତସିଂହପୁର ୯।୭ : ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ  ଲାଗୁ ହୋଇଛି। ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ବନ୍ଦ  କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଏହି  ନୂଆ ନିୟମ ଲାଗୁ  ହୋଇଛି। ମା’ଙ୍କର ମଝି ଦେଉଳ ଓ ଗର୍ଭ ଗୃହକୁ ମୋବାଇଲ ନିଷେଧ କରାଯାଇଛି। ଏହା ସହିତ ମାଆଙ୍କର ବିଗ୍ରହର ଫଟୋ ଉଠାଇବା ମଧ୍ୟ ନିଷେଧ କରାଯାଇଛି।
ବେଢ଼ା ଭିତରେ ଫଟୋ ଉଠାଇଲେ ଜରିମାନା ଲାଗୁହେବ । ସେବାୟତ ମାନେ ଯାତ୍ରୀଙ୍କୁ ହଇରାଣ କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯିବ । ବ୍ରତ ହୋଇ ନଥିବା ବା ଅବିବାହିତ ସେବକ ମାନଙ୍କୁ ଗର୍ଭ ଗୃହ ପ୍ରବେଶକୁ ନିଷେଧ କରାଯାଇଛି । ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ କହିଛି ।