ଡୋଡୋମା: ନିକଟରେ ଆଫ୍ରିକାର ୟୁନିଭର୍ସିଟି ଅଫ୍ ସିନ୍ସିନାଟି, ଓହିଓର ଗବେଷକ ବେଙ୍ଗର ଏକ ନୂଆ ପ୍ରଜାତି ଠାବ କରିଛନ୍ତି। ତାଞ୍ଜାନିଆର ୟୁକାଗୁରୁ ପର୍ବତରୁ ଠାବ କରାଯାଇଥିବା ଏହି ମେରୁଦଣ୍ଡ ଥିବା ପ୍ରଜାତିର ବେଙ୍ଗ ବିଶ୍ୱରେ ବହୁତ କମ୍ ମାତ୍ରାରେ ଦେଖିବାକୁ ମିଳିଥା’ନ୍ତି। ଏହି ପ୍ରଜାତିର ବେଙ୍ଗ ଜନସଂଖ୍ୟା ବହୁତ ଛୋଟ। ତେବେ ପୁରୁଷ ବେଙ୍ଗମାନେ ଅନ୍ୟ ବେଙ୍ଗଙ୍କ ଭଳି ଶବ୍ଦ କରିପାରନ୍ତି ନାହିଁ। ସେମାନେ କଥାବାର୍ତ୍ତା ପାଇଁ ଏକ ବ୍ରେଲି ଭଳି କିଛି ପ୍ରଣାଳୀ ଆପଣାଉଥିବା ଗବେଷକମାନେ ଅନୁମାନ କରି କହିଛନ୍ତି। ଏହି ପ୍ରଜାତିର ବେଙ୍ଗଙ୍କ ସଂଖ୍ୟ କମ୍ ଥିବାବେଳେ ଏମାନେ ବିଲୁପ୍ତ ପ୍ରାୟ ଗୋଷ୍ଠିରେ ଅନ୍ତର୍ଭୁକ୍ତ। ସେମାନେ ସାଧାରଣତଃ ସବୁଜ, ସୁନାରଙ୍ଗ, ମାଟିଆ ରଙ୍ଗର ହୋଇଥା’ନ୍ତି। ଏମାନଙ୍କ ମୁଣ୍ଡ ଅପେକ୍ଷା ଆଖି ଛୋଟ ହୋଇଥାଏ।