ବ୍ରିଟେନରେ ବ୍ୟାପୁଛି କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫.୧…

ଲଣ୍ଡନ,୭।୮ : ପୁଣିଥରେ ବ୍ରିଟେନରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ ଭାରିଆଣ୍ଟ ମଧ୍ୟରୁ ଏହା ଗୋଟିଏ। ଇଂଲଣ୍ଡର ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଏହି ଭାରିଆଣ୍ଟଟି ଓମିକ୍ରନରୁ ଆସିଛି।

ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ଅନୁଯାୟୀ, କରୋନାର ଏକ ନୂତନ ଭାରିଆଣ୍ଟ ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଏହା ଦେଶର ସ୍ବାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ଏରିସ ନାମରେ ନାମିତ ସବ ଭାରିଆଣ୍ଟ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିଥିବା ଲାଗିଛି। ଗତ ମାସରେ ବ୍ରିଟେନରେ ଏହା ଦେଖିବାକୁ ମିଳିଥିଲା।

ଜୁଲାଇ ମାସରେ ଏରିସ ଚିହ୍ନଟ ହୋଇଥିଲା। ଅନ୍ତର୍ଜାତୀୟ ସ୍ତରରେ ବିଶେଷ କରି ଏସିଆରେ ଏହାର ସଂକ୍ରମଣ ବୃଦ୍ଧି େଯୋଗୁ ଦେଶରେ ଏହାର ରିପୋର୍ଟ ହେବା ପରେ ଏହା ୩୧ ଜୁଲାଇରେ କରୋନାର ଏକ ନୂଆ ଭାରିଆଣ୍ଟ ଭାବରେ ଏହାକୁ ବର୍ଗୀକୃତ କରାଯାଇଥିଲା । ଦୁଇ ସପ୍ତାହ ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟ କୁ ଟ୍ରାକିଂ କରିବା ଆରମ୍ଭ କରିଥିଲା। ବିଶ୍ୱସ୍ବାସ୍ଥ୍ୟ ସଂଗଠନ କହିଛି ଟିକା ଏବଂ ପୂର୍ବ ସଂକ୍ରମଣ ଯୋଗୁ ଲୋକମାନେ ଅଧିକ ସୁରକ୍ଷିତ ରହିଛନ୍ତି। କିନ୍ତୁ ଦେଶଗୁଡିକରେ ଏନେଇ ସଚେତନତାର ଅଭାବ ରହିଛି।

Share