ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ଏଣିକି ସହଜରେ ଜାଣିହେବ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏ ନେଇ କ୍ଷୁଦ୍ର ସେନ୍ସର ପ୍ରସ୍ତୁତ କରିଛନ୍ତି। ଉକ୍ତ ନୂଆ ସେନସରକୁ ସେମାନେ ‘ନ୍ୟୁରାଲ ଡଷ୍ଟ’ ନାମରେ ନାମିତ କରିଛନ୍ତି। ଏହାର ଲମ୍ବ ମାତ୍ର ୩ ମିମି ଏବଂ ଚଉଡ଼ା ମାତ୍ର ଏକ ମିମି। ଏକ ରୋବୋଟିକ୍ ଡିଭାଇସ୍ ଦ୍ୱାରା ଏହି ସେନ୍ସରକୁ ନିୟନ୍ତ୍ରଣ କରାଯାଇଥାଏ। ଖାସ୍ କଥା ହେଲା, ଏହି ସେନ୍ସରରେ କୌଣସି ତାର କିମ୍ବା ବ୍ୟାଟେରି ସଂଯୋଗ କରାଯାଇ ନାହିଁ। କୌଣସି ବ୍ୟକ୍ତିଙ୍କର ଶରୀରରେ ଏହାକୁ ଲଗାଇ ଦେଲେ ତାହା ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାଏ। ତେବେ ଏହି ଡିଭାଇସ୍କୁ କିପରି ଆହୁରି ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ କରାଯାଇ ପାରିବ ସେ ନେଇ ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଗବେଷଣା ଚଳାଇଛନ୍ତି।