ହୃଦ୍ଘାତ (ହାର୍ଟ ଆଟାକ) ଜାଣିବାର ଏକ ନୂଆ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ହୃଦ୍ରୋଗ ବିଶେଷଜ୍ଞମାନେ। ଏ ସମ୍ପର୍କିତ ଏକ ଗବେଷଣାରୁ ସେମାନେ ଜାଣିପାରିଛନ୍ତି ଯେ, ଏହାର ବଂଶାନୁଗତ ସମ୍ପର୍କ ରହିଛି। ଅର୍ଥାତ୍, ଯଦି ପରିବାରର କୌଣସି ସଦସ୍ୟଙ୍କ ପୂର୍ବରୁ ହୃଦ୍ଘାତ ହୋଇଥାଏ ତେବେ ଭବିଷ୍ୟତରେ ସେହି ପରିବାରର ଅନ୍ୟ ସଦସ୍ୟମାନେ ଏପରି ସ୍ବାସ୍ଥ୍ୟଜନିତ ସସମ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। କେତେକ ପରିବାରର ଇତିହାସକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ ସେମାନେ ଏପରି ତଥ୍ୟ ଜାଣିବାକୁ ପାଇଥିଲେ। ଗବେଷଣା ପରିସରଭୁକ୍ତ ପ୍ରାୟ ୪୫,୦୦୦ ପରିବାର ମଧ୍ୟରୁ ପାଖାପାଖି ୫ ପ୍ରତିଶତ ପରିବାର ସଦସ୍ୟଙ୍କଠାରେ ଏପରି ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ସଦ୍ୟ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।