ନୀଳଗିରି, ୫।୧୧(ପ୍ରଶାନ୍ତ କୁମାର ବିଶ୍ବାଳ/ ମାନସ ବିଶ୍ୱାଳ):- ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ନୀଳଗିରି ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି।
ରବିବାର ଭୋର୍ ୪ଟା ୫୦ ସମୟରେ ନୀଳଗିରି ଏନ.ଏ.ସିର ୬ ନମ୍ବର୍ ୱାର୍ଡ ମସଜିଦ ନିକଟର ଗଳିରାସ୍ତାର ପରିତ୍ୟକ୍ତ ସ୍ଥାନରେ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ପଲିଥିନରେ ଗୁଡାଇ କେହିଜଣେ ଛାଡି ଫେରାର ହୋଇ ଯାଇଛି। ପରେ କାନ୍ଦୁ ଥିବା ଶବ୍ଦ ଣୁଣି ଗ୍ରାମବାସୀ ଶିଶୁକୁ ଉଦ୍ଧାର କରି ପୋଲିସକୁ ଖିଣ ଦେଇଛନ୍ତି। ଏହି ଖବର ବାଲେଶ୍ୱର ସାଂସଦଙ୍କ ବ୍ୟତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ନୀଳଗିରି ପୋଲିସକୁ ଜଣାଇବା ସହ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଶିଶୁ କନ୍ୟାର ଅବସ୍ଥା ଭଲ ନ ଥିବାରୁ ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନୀୟ ମହିଳାମାନେ ଅଞ୍ଚଳରେ ଭଡାଘରେ ଥିବା ଜଣେ ମହିଳାଙ୍କୁ ଗର୍ଭବତୀ ଥିବା ଜାଣିବାକୁ ପାଇବା ପରେ ତାଙ୍କୁ ପଚରାଉଚରା କରିଥିଲେ। ପରେ ଶିଶୁର ବାପାମାଆ ସତ ମାନିଥିଲେ। ଭୁଲ ନିଷ୍ପତ୍ତି ନେଇ ଏପରି କରିଥିବା ସ୍ବୀକାର କରିଛନ୍ତି।