ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି…

କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍‌): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍‌ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର ଗୋଟିଏ ଅଳିଆଗଦାରୁ  ଏକ ନବଜାତ ଶିଶୁକନ୍ୟାକୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି।

ମଙ୍ଗଳବାର ରାତିରେ ଗାଁର କିଛି ଯୁବକ ରାସ୍ତାରେ ବୁଲୁଥିବା ସମୟରେ ପାଖରେ ଥିବା ଏକ ଖତଗଦାରୁ ଏକ ଶିଶୁକନ୍ୟାର କାନ୍ଦଣା ଶୁଣିବାକୁ ପାଇଥିଲେ। କ’ଣ ହୋଇଛି ବୋଲି ଯୁବକମାନେ ମୋବାଇଲ ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନବଜନ୍ମିତ ଶିଶୁକନ୍ୟା ଖତଗଦାରେ ଅସୁରକ୍ଷିତ ଭାବେ ପଡ଼ିରହି ମରଣ ସହ ସଂଗ୍ରାମ କରୁଥିଲା। ଏହା ଦେଖି ଯୁବକମାନେ ତୁରନ୍ତ ଗାଁର ଆଶା, ଅଙ୍ଗନଓ୍ବାଡି, ସ୍ଥାନୀୟ ପୋଲିସ, ସ୍ବେଚ୍ଛାସେବୀଙ୍କୁ ଖବର ଦେଇଥିଲେ। ପରେ ଶିଶୁକନ୍ୟାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଳ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡ଼ିଛି। ଶିଶୁକନ୍ୟାଙ୍କ ସମ୍ପର୍କରେ ସିଡବ୍ଲ୍ୟୁସି ଓ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍‌କୁ ଅବଗତ କରାଯାଇଛି। ଅନ୍ୟପକ୍ଷରେ ଏହା ଅବୈଧ ସମ୍ପର୍କ ନା ଅଲୋଡ଼ା ଶିଶୁକନ୍ୟା ସେନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ଓଡ଼ିଶାକୁ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ...

୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଦୁର୍ଗମ ଲୁବେନଗଡ଼ ପଞ୍ଚାୟତର ପୁଇଝରୀ ଗାଁରେ ବୁଧବାର ଏକ ଅଭାବନୀୟ...

କୋଟିଆରେ ଗ୍ରାମସଭା କରି ଫେରିଲା ଆନ୍ଧ୍ର, ଶୋଇଛି ଓଡ଼ିଶା ପ୍ରଶାସନ

ପଟ୍ଟାଙ୍ଗି,୨।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ରରେ ସରକାର ବଦଳିବା ପରେ ମଧ୍ୟ ଓଡ଼ିଶାର ସୀମାନ୍ତ ଗ୍ରାମ ମାନଙ୍କରେ ଅନୁପ୍ରବେଶ କରିବା ଜାରି ରହିଛି। ଏହିପରି କାର୍ଯ୍ୟ ପୁଣିଥରେ...

ଆର୍‌ଆଇ, ଅମିନ ପରୀକ୍ଷା ସେଣ୍ଟର ମାଲିକଙ୍କୁ ଉଠାଇ ନେଲା ପୋଲିସ, ଜାଣନ୍ତୁ କାହିଁକି

କଣ୍ଟାମାଳ/ମନମୁଣ୍ଡା,୨।୧୦(ଆଦିତେଶ୍ୱର ମିଶ୍ର /ବେଣୁଧର ପଧାନ): ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆୟୋଜିତ ଆର୍‌ଆଇ, ଅମିନ ପରୀକ୍ଷାରେ ବାରମ୍ବାର ଅନିୟମିତତାର ଅଭିଯୋଗ ଆସୁଛି। ବୁଧବାର...

ବିଜେଡି ଛାଡ଼ିଲେ ଡ.ଭବାନୀ ଶଙ୍କର ନିଆଲ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ବିଜେଡି ନେତା ତଥା ଅନ୍ତର୍ଜାତୀୟ କବି ଡ. ଭବାନୀ ଶଙ୍କର ନିଆଲ ବୁଧବାର ବିଜେଡି...

ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ

କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…

ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର...

ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍‌ ସର୍କିଟ ଯୋଗୁ ହୁତୁହୁତୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri