Categories: ଜାତୀୟ

ଜୟପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି, ୨୭ ଫେବୃଆରୀ ସୁଦ୍ଧା କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ..

ମୁମ୍ବାଇ,୧୩।୨ : ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଅଭିନେତ୍ରୀ ତଥା ରାମପୁର ଏମପି ଜୟାପ୍ରଦା ଅଡୁଆରେ ପଡ଼ିଛନ୍ତି। ଏଥର ମଧ୍ୟ ସେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚି ନାହାନ୍ତି। ସପ୍ତମ ଥର ପାଇଁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

ପୂର୍ବତନ ଏମପିଙ୍କୁ ଗିରଫ କରିବା ପାଇଁ କୋର୍ଟ ଏକ ସ୍ବତନ୍ତ୍ର ଦଳ ଗଠନ କରିଛନ୍ତି। କୌଣସି ପରିସ୍ଥିତିରେ ଫେବୃଆରୀ ୨୭ ସୁଦ୍ଧା ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟାଙ୍କୁ ସୋମବାର ଅର୍ଥାତ ୧୨ ଫେବୃଆରୀରେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚିବାକୁ ଥିଲା। ଯେତେବେଳେ ଅଭିନେତ୍ରୀ କୋର୍ଟରେ ପହଞ୍ଚି ନ ଥିଲେ, କୋର୍ଟ ଉଭୟ ମାମଲାରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତାଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ସମୟରେ ଜୟପ୍ରଦାଙ୍କ ବିରୋଧରେ ଦୁଇଟି ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା। ଏହି ମାମଲା ସ୍ବାର ଏବଂ କେମ୍ରି ପୋଲିସ ଷ୍ଟେଶନରେ ପଞ୍ଜିକୃତ ହୋଇଥିଲା। ସ୍ବାରରେ ପଞ୍ଜୀକୃତ ହୋଇଥିବା ମାମଲା ଅନୁଯାୟୀ, ଜୟପ୍ରଦା ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ମଧ୍ୟ ଏପ୍ରିଲ ୧୯ ରେ ନୁରପୁର ନାମକ ଏକ ଗ୍ରାମରେ ଏକ ରାସ୍ତା ଉଦଘାଟନ କରିଥିବା ଅଭିଯୋଗ ହୋଇଥିଲା। କେମ୍ରି ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ଅଭିଯୋଗରେ କୁହାଯାଇଛି ସେ ଏକ ସାଧାରଣ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

ଦୀର୍ଘ ଦିନ ଧରି ଉଭୟ ମାମଲାର ଶୁଣାଣି ଚାଲିଛି ଏବଂ ଜୟାପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ୬ ଥର ଜାରି କରାଯାଇଥିବାବେଳେ ଦ୍ୱିତୀୟ ମାମଲାରେ ୫ ଥର ୱାରେଣ୍ଟ ଜାରି କରାଯାଇଛି। ଏହା ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇ ନାହାନ୍ତି। ତେଣୁ ତାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 

 

Share