ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା ପରିସରକୁ ଆସୁଛି। ଭୋଟର ଯେତେବେଳେ କୌଣସି ପ୍ରାର୍ଥୀଙ୍କୁ ଯୋଗ୍ୟ ଭାବୁନାହାନ୍ତି ସେତେବେଳେ ନୋଟା ବଟନ୍‌ ଚିପୁଛନ୍ତି। ନୋଟା ସଂକ୍ରାନ୍ତରେ ନିକଟରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରାଯାଇଥିଲା। ସେଥିରେ ଆବେଦନକାରୀ ଦର୍ଶାଇଥିଲେ ଯେ, ଯଦି କୌଣସି ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଉଛନ୍ତି, ତାହା ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଦିଆ ନ ଯାଉ। ଏ ସମ୍ବନ୍ଧରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଦେଖିଲେ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲାରେ ଇଭିଏମ୍‌ରେ ନୋଟା ବଟନ ବହୁଳ ବ୍ୟବହାର ହୋଇଥିବା ଖବର ଆସିଥିଲା। ଏହି ଲୋକ ସଭା ନିର୍ବାଚନରେ ଏସ୍‌ପି ପ୍ରାର୍ଥୀ ରବୀନ୍ଦ୍ର ନାଥ ବେହେରା (୫,୧୩୮), କୃପା ପାର୍ଟିର ପ୍ରାର୍ଥୀ ଶ୍ରୀକାନ୍ତ ସାମଲ (୧,୮୬୮), ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ଦାସ (୧,୪୫୬) ଓ ସନ୍ତୋଷ କୁମାର ପାତ୍ର (୨,୨୮୧) ନୋଟା (୬,୫୮୮)ଠାରୁ କମ୍‌ ଭୋଟ ପାଇଥିଲେ। କେନ୍ଦ୍ରାପଡ଼ା ଜିଲାବାସୀ ଅନେକ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜନେତା ଓ ପ୍ରଶାସକଙ୍କ ଦୃଷ୍ଟିକୁ ଏହି ସମସ୍ୟାଗୁଡ଼ିକ ବାରମ୍ବାର ଅଞ୍ଚଳବାସୀ ଆଣୁଥିଲେ ମଧ୍ୟ ସମାଧାନ ହେଉନାହିଁ। ଏହାର ପ୍ରତିଫଳନ ନୋଟାରେ ଦେଖିବାକୁ ମିଳିଥିଲା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଏହି ଆସନରେ ମୋଟ ୧୨,୩୮,୪୮୮ ଜଣ ମତଦାନ କରିଥିଲେ। ଏଥିରେ ବିଜେଡି, ଭାଜପା ଓ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ପାର୍ଟି ଅଥବା ସ୍ବାଧୀନ ପ୍ରାର୍ଥୀ ନୋଟାରୁ ଅଧିକ ଭୋଟ ପାଇ ନ ଥିଲେ। ନୋଟାକୁ ୬,୫୮୮ ଖଣ୍ଡ ଭୋଟ ଯାଇଥିବା ବେଳେ ୨ଟି ପାର୍ଟିର ପ୍ରାର୍ଥୀ ଓ ୨ ସ୍ବାଧୀନ ପ୍ରାର୍ଥୀଙ୍କୁ ଏହାଠାରୁ କମ୍‌ ଭୋଟ ମିଳିଥିଲା। ସେହିପରି ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଏପରି ସ୍ଥିତି ଦେଖାଯାଇଥିଲା।

ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଅଧିକ ସଂଖ୍ୟକ ନୋଟା ଭୋଟ ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ଏକ ରାଜନୈତିକ ଆହ୍ବାନ। ଉପଯୁକ୍ତ ପ୍ରାର୍ଥୀ ନ ମିଳିଲେ ମତଦାତା ନୋଟାକୁ ଭୋଟ ଦେଇପାରିବେ। ସାମାଜିକ କର୍ମୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଗତ ନିର୍ବାଚନରେ ଆଞ୍ଚଳିକ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲାରେ ଏପରି ସ୍ଥିତି ଦେଖାଦେଇଥିଲା। ଆଳି, ରାଜନଗର, ରାଜକନିକା ଧୋୟା ଅଞ୍ଚଳରେ ରାସ୍ତା ନ ଥିବା ଦର୍ଶାଇ କେତେଗୋଟି ବୁଥ୍‌ରେ ସର୍ବାଧିକ ଭୋଟ ନୋଟାକୁ ଯାଇଥିଲା। ଏପରିକି ପ୍ରଚାର ସମୟରେ ରାଜନେତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିପରି ଜିଲାରେ ଦାଦନ ସମସ୍ୟା, କ୍ଷେତକୁ ଜଳ ପରିଚାଳନା, ସରକାରୀ ଯୋଜନା ଆବଣ୍ଟନ ଆଦି କ୍ଷେତ୍ରରେ ଜନ ବିରୋଧ ଅଛି। ସ୍ଥାନୀୟ ସମସ୍ୟା ସମାଧାନ ନ ହେଲେ ଭୋଟର ନୋଟାକୁ ପସନ୍ଦ କରୁଥିବା ସେ ମତ ରଖିଛନ୍ତି।

ସାମାଜିକ କର୍ମୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଲୋକଙ୍କ ପସନ୍ଦ ଆସୁ ନ ଥିବା ପ୍ରାର୍ଥୀ ଗତଥର ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ଆଞ୍ଚଳିକ ବା ବୁଥ୍‌ସ୍ତରର ନୋଟା ଭୋଟକୁ ଅନୁଧ୍ୟାନ କରାଯାଇ ସ୍ଥାନୀୟ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ୨୦୧୯ ନିର୍ବାଚନରେ ଜିଲାର ୨୫ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ନିଜର ଅସ୍ତିତ୍ୱ ସମ୍ପର୍କରେ ନ ଜାଣି ପ୍ରାର୍ଥୀ ହେବା ଫଳରେ ନିର୍ବାଚନ ଖର୍ଚ୍ଚବହୁଳ ହେଉଛି। ରାଜନୈତିକ ବିଶ୍ଳେଷକ ଅମରବର ବିଶ୍ୱାଳ କହିଛନ୍ତି, ଇଭିଏମ୍‌ରେ ନୋଟା ବଟନର ଆବଶ୍ୟକତାକୁ ନେଇ ବିତର୍କର ଆବଶ୍ୟକତା ଅଛି। ନୋଟାଠାରୁ କମ୍‌ ଭୋଟ ପାଇଥିବା ପାର୍ଟି ଓ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ନିର୍ବାଚନରେ ଅଂଶଗ୍ରହଣକୁ ରଦ୍ଦ କରିବା, ନୋଟା ଭୋଟ ୩୩%ରୁ ଅଧିକ ହେଲେ ସେଠାରେ ପୁନର୍ବାର ନିର୍ବାଚନ କରାଯିବା ଆଦି ପ୍ରସଙ୍ଗ ରହିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲିକୁ ଧରିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି ଦେବାକୁ କହି ୩୦ରୁ ୪୦ ଆଶାୟୀଙ୍କୁ ଠକେଇ

କଟକ,୨।୪: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ବାହାନାରେ ଚାକିରି ଆଶାୟୀମାନଙ୍କୁ ଠକୁଥିବା ଜଣେ ନକଲି ପୋଲିସ ଇନସପେକ୍ଟରଙ୍କୁ...

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

ମହିଳାଙ୍କର ଏହି ଯୋଜନାର ଡେଡ୍‌ଲାଇନକୁ ବଢାଇଲେ ସରକାର?

ନୂଆଦିଲ୍ଲୀ,୨।୪: ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସରକାରୀ ଯୋଜନା ‘ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର’କୁ 31 ମାର୍ଚ୍ଚ, 2025...

ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି...

ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କ ପରଲୋକ

ପଦ୍ମପୁର,୨ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପାର ବରିଷ୍ଠ ନେତା ସତ୍ୟବାନ ଅଗ୍ରଓ୍ବାଲଙ୍କ ୭୦ବର୍ଷ ବୟସରେ ପଦ୍ମପୁରସ୍ଥିତ ବାସଭବନରେ ମଙ୍ଗଳବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image