କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଜାତିସଂଘର ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ୪ ଦେଶ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ସହମତି ଦେଇଛନ୍ତି। ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ନେଇ ସମ୍ମିଳନୀରେ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ନେତାମାନେ ଡେଲାଓ୍ବେରର ଓ୍ବିଲମିଙ୍ଗଟନରେ କ୍ୱାଡ ନେତାଙ୍କ ସମ୍ମିଳନୀରେ ଆମେରିକା ଗସ୍ତ ପାଇଁ ଫିଲାଡେଲଫିଆରେ ପହଞ୍ଚି ସାକ୍ଷାତ କରିଥିଲେ। ମୋଦି ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।
କ୍ୱାଡ ନେତାଙ୍କ ପାଇଁ ଏହି ସମ୍ମିଳନୀ ଆୟୋଜନ କରିବାକୁ ଆମେରିକାର ରାଷ୍ଟ୍ରପତି ବାଇଡେନ ତାଙ୍କ ଜନ୍ମ ସହର ଓ୍ବିଲମିଙ୍ଗଟନରୁ ଓ୍ବାଶିଂଟନଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଚୟନ କରିଥିଲେ।

ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି। ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

ଅନ୍ୟପକ୍ଷରେ ସୋସିଆଲ ମିଡିଆ‘ଏକ୍ସ’ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଲେଖିଛନ୍ତି, ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି। ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ବାଇଡେନ୍।

Share