ସନ୍ନି ଦଓ୍ବେଲଙ୍କୁ ଧମକ!

ମୁମ୍ବାଇ:ବଲିଉଡ ଷ୍ଟାର ସନ୍ନି ଦଓ୍ବେଲ ଏବେ ତାଙ୍କ ମୁଭି ‘ଗଦ୍ଦର ୨’ର ସକସେସ ଏନଜୟ କରୁଛନ୍ତି। ବକ୍ସ ଅଫିସରେ ଏହି ମୁଭି ରେକର୍ଡ କରିଥିବା ବେଳେ ସବୁଠି କେବଳ ଗଦ୍ଦର ୨ ଓ ସନ୍ନି ଦଓ୍ବେଲଙ୍କ କଥା ଶୁଣିବାକୁ ମିଳୁଛି। ଏହାରି ଭିତରେ ଅଭିନେତା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ହୋଇ ଯାଇଛନ୍ତି। ଏହାସହ ସେ ମୁଭି ଗଦ୍ଦର ୨ ସହ ଜଡିତ କିଛି ପୋଷ୍ଟ ମଧ୍ୟ କରୁଥିବା ଦେଖାଯାଇଛି। ନିକଟରେ ସେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଦର୍ଶକଙ୍କ ଭଲପାଇବା ଦେଖି ଭାବୁକ ହୋଇଯାଇଥିବା ଦେଖାଯାଇଛି। ଏହାସହ ସେ ପାକିସ୍ତାନ ଲୋକଙ୍କୁ କଡା ଜବାବ ଦେଇଛନ୍ତି ଓ ସେମାନଙ୍କ ଉପରେ ଦୋଷ ଲଦିଛନ୍ତି।
କଥା ହେଲା ନିକଟରେ ସନ୍ନି ଆପ କି ଅଦାଲତ କାର୍ଯ୍ୟକ୍ରମକୁ ଆସିଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା କି ସନ୍ନି ଆପଣଙ୍କ ଉପରେ ଅଭିଯୋଗ ରହିଛି କି ଆପଣ ପ୍ରଥମେ ହ୍ୟାଣ୍ଡପମ୍ପ ଓପାଡି ଦେଲେ ପାକିସ୍ତାନରେ ପାଣି ଆସିବା ବନ୍ଦ ହେଲା। ଏବେ ଆପଣ ଖମ୍ବ ଓପାଡି ଦେଲେ ତ ସେଠାରେ ବିଜୁଳି ବନ୍ଦ ହୋଇଗଲା। ଏହାର ଉତ୍ତରରେ ସେ କହିଛନ୍ତି, ତାରା ସିଂ ପରିବାରର କଥା ଆସିଲେ ତାକୁ କେହି ରୋକି ପାରିବେ ନାହିଁ। ଏତିକି ବେଳେ ଜଣେ ବ୍ୟକ୍ତିି କହିଥିଲେ ଆର୍ମି ତ ଦୂରର କଥା ସନ୍ନି ମୋ ସାମ୍ନାକୁ ଆସନ୍ତୁ ଦେଖିବା କାହାର କେତେ ଦମ ଅଛି। ଏହାପରେ ଅଭିନେତା କହିଥିଲେ ଦେଖନ୍ତୁ ମୁଁ ଜଣେ କଳାକାର ପରଫର୍ମ କରିବା ମୋର କାମ। ଏହାକୁ ପର୍ସନାଲ ନ ନେଲେ ଭଲ, କିନ୍ତୁ ଯଦି କାହାକୁ ପଙ୍ଗା ନେବାର ଅଛି ତେବେ ମୋ ନିକଟକୁ ଆସନ୍ତୁ।
ସନ୍ନି କହିଛନ୍ତି, ଗଦ୍ଦର ୨ ରିଲିଜ ହେବା ପୂର୍ବରୁ ମୁଁ ଖୁବ ଟେନସନ ଥିଲି। ହେଲେ ଏହାର ସକସେସ ପରେ ମୁଁ ରାତିସାରା ଶୋଇ ନ ଥିଲି ଖାଲି କାନ୍ଦିଥିଲି ଓ ହସିଥିଲି। ମୋ ପାଖରେ ମୋ ପିତା ଥିଲେ। ସେତେବେଳେ ମୁଁ ତାଙ୍କୁ କହିଥିଲି ମୁଁ ମଦ ପିଇନାହିଁ ହେଲେ ମୁଁ ଖୁସି ଅଛି।

Share