Advertisement

ଗ୍ୟାସ୍‌ ଟ୍ରକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ନୟାଗଡ଼ ଅଫିସ/ଦଶପଲ୍ଲା,୨।୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରା ଘାଟି ଉପରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ ଟ୍ରକ୍‌ ସହିତ ଓଡ଼ିଶା ପରିବହନ ନିଗମର ଜଟଣୀ କଣ୍ଟାମାଳ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ଏହା ସହ ବସ୍‌ରେ ଥିବା ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାରକରି ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ॥

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share