ମସ୍କୋ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଳକ ଦଳର ୩ ସଦସ୍ୟ ମୃତ

ମସ୍କୋ,୧୨।୭: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଆସିଛି। ଯଦିଓ ଦୁର୍ଘଟଣା ସମୟରେ ବିମାନରେ କୌଣସି ଯାତ୍ରୀ ନଥିଲେ ମଧ୍ୟ ବିମାନ ଚଳାଉଥିବା ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ବିମାନଟି ଗାଜପ୍ରୋମ ଆଭିଆର ଥିଲା। ଗାଜପ୍ରୋମ ରୁଷିଆର ସବୁଠାରୁ ବଡ ପ୍ରାକୃତିକ ଗ୍ୟାସ କମ୍ପାନୀ। ବିମାନଟି ମସ୍କୋର ଭ୍ନୁକୋଭୋ ବିମାନବନ୍ଦର ଆଡକୁ ଯାଉଥିଲା ବୋଲି ଅଧିକାରୀମାନେ କହିଛନ୍ତି। ରୁଷିଆର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ‘ଦ ଇନଭେଷ୍ଟିଗେଶନ କମିଟି’ ଏହି ଦୁର୍ଘଟଣାର କାରଣ ଅନୁସନ୍ଧାନ ଆରମ୍ଭ କରିଛି।

Share