ସାରା ଦେଶରେ ଏବେ ଉତ୍ସବର ବାତାବରଣ। ଦଶହରା, ଗଜଲକ୍ଷ୍ମୀ ପୂଜା ପରେ ଏବେ ଲୋକେ ଦୀପାବଳି ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେହି କେହି ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଥିବା ବେଳେ କେତେକ ଆଲୋକମାଳା ଏବଂ ବାଣ କ୍ରୟ ଉପରେ ଧ୍ୟାନ ଦେଉଛନ୍ତି। ଏହାକୁ ନେଇ ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଘରର କୋଣଅନୁକୋଣକୁ ପାଣିରେ ଧୋଇ ସଫା କରୁଛନ୍ତି। ଧିରେ ଧିରେ ସେ ଘରେ ଥିବା ଟିଭି, କମ୍ପ୍ୟୁଟର ଆଦିକୁ ବି ପାଣିରେ ଧୋଇ ସଫା କରୁଛନ୍ତି। ଏହାକୁ ଦେଖି ଲୋକେ ହସ ସମ୍ଭାଳି ପାରୁ ନାହାନ୍ତି।
କିଛି ବ୍ୟକ୍ତି ଭିଡିଓ ଦେଖି ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି। କେହି ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ପାଣିରେ ଧୋଇ ଦିଅନ୍ତି କି? ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ଟୁଇଟରରେ ଏହି ଭିଡିଓକୁ ‘ଜିନ୍ଦେଗୀ ଗୁଲଜାର ହୈ’ ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓକୁ ଏଯାବତ ୮୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଦୁଇ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଦୀପାବଳିରେ ଯଦି କେହି ଘର ସଫା କରିବାକୁ ଚାହାନ୍ତି ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଉଛି।
ଦେଖନ୍ତୁ ଭିଡିଓ:
अभी कुछ देर बाद ये बंदा मेरे वहां से फ्री हो जाऐगा ,
अगर दिवाली में किसी को साफ सफाई के लिये चाहिये
तो बताईयेगा खुदकी गाड़ी से पत्ते पर छोड़ने आऊंगा ।
😝😝😝 pic.twitter.com/HsIWANUYHI— ज़िन्दगी गुलज़ार है ! (@Gulzar_sahab) October 17, 2022