ଚଣ୍ଡିଗଡ଼,୩୦ ।୧୧: ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ତାଙ୍କ ଘରକୁ ଚଣ୍ଡିଗଡ଼ ଫେରିିଥିବା ବେଳେ ସୋମବାର ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପିଥିଲା । ଏହାସହ ତାଙ୍କ ପରିବାରର ଜଣେ ବ୍ୟକ୍ତି ଓ ଜଣେ ସହାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଚଣ୍ଡିଗଡ଼ ପ୍ରଶାସନ ସମ୍ପୂର୍ଣ୍ଣ ଘଟଣାର ସୂଚନା ଦେଇ କହିଛି ୩୯ ବର୍ଷର ବ୍ୟକ୍ତି ଜଣକ ନଭେମ୍ବର ୨୧ରେ ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ଼ ଆସିଥିଲେ । ପ୍ରଥମେ ତାଙ୍କର ଆରଟିପିସିଆର୍ ଟେଷ୍ଟ ନେଗେଟିଭ ଆସିଥିଲା । ହେଲେ ପୁଣିଥରେ ଟେଷ୍ଟ କରିବାରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏବେ ତାଙ୍କର ନମୁନା ଜିନୋମ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯିବ ବୋଲି କୁହାଯାଉଛି ।