Posted inଫୁରସତ

ଭିଡ଼ ଭିତରେ ହାତ ଛାଡ଼ି ଏମିତି ସାଇକେଲ ଚଲାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ କହିବେ…

ସୋସିଆଲ ମିଡିଆରେ ଆମେ ଅନେକ ପ୍ରତିଭାଧାରୀଙ୍କୁ ଦେଖିବାକୁ ପାଇଥାଉ। ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଆଖିକୁ ମଧ୍ୟ ବିଶ୍ୱାସ କରିହୁଏ ନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ସାଇକେଲ ସହିତ ଅଜବ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ବ୍ୟସ୍ତବହୁଳ ରାସ୍ତାରେ ଲୋକମାନେ ଗାଡ଼ି ଚଳାଇ ଯିବା ସମୟରେ ହଲଚଲ ହୋଇଯାଉଥିବା ବେଳେ ଏହି ବ୍ୟକ୍ତି ଜଣକ କିନ୍ତୁ ଆତ୍ମବିଶ୍ୱାସର ସହ ହାତ ଛାଡ଼ି ଆରାମରେ ସାଇକେଲ ଚଳାଉଛନ୍ତି।

ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡରେ କିଛି ସାମଗ୍ରୀ ଲଦି ସାଇକେଲ ଚଳାଇ ଯାଉଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ବ୍ୟକ୍ତି ଜଣକ ଦୁଇ ହାତରେ ସାମଗ୍ରୀ ଧରି ସାଇକେଲ ଚଳାଉଛନ୍ତି। ସେ କେବଳ ପ୍ୟାଡେଲ ମାରୁଛନ୍ତି। ଫଳରେ ସାଇକେଲଟି ଆଗକୁ ଗତି କରୁଛି।

ଏହି ଭିଡିଓକୁ ଆଇପିଏସ ଆରିଫ ଶେଖ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଏଥିରେ ସେ ଏକ ମଜାଳିଆ କ୍ୟାପଶନ ବି ଲେଖିଛନ୍ତି, ଔର୍‌ କୁଛ୍‌ ମିଲେ ନା ମିଲେ, ଲାଇଫ ମେ ବାସ୍‌ ଇତନା ଆତ୍ମବିଶ୍ୱାସ ମିଲ ଯାଏ। ଭିଡିଓଟି ଜାନୁଆରୀ ୭ରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହା ୪ ଲକ୍ଷ ଭ୍ୟୁ ପାଇଥିବାବେଳେ ୧୯ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଲୋକମାନେ ଭିଡିଓକୁ ଅବିଶ୍ୱସନୀୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri