Categories: ଜାତୀୟ

ନିଖୋଜ ପୋଷା କୁକୁରର ମୃତଦେହ ଉଦ୍ଧାର ପରେ ମାଲିକ ଘଟାଇଲେ ଏପରି କାଣ୍ଡ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୋପାଳ, ୩୧।୧୦: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲା କୋତଓ୍ବାଲି ଥାନା ଅଞ୍ଚଳରେ ସୋମଦେବ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ୨ ଦିନ ହେବ ନିଖୋଜ ଥିଲା। ୨ ଦିନ ପରେ ତାର ମୃତଦେହ ମିଳିଲା। ଏହା ଜାଣିବା ପରେ ସୋମଦେବ ଦୁଃଖରେ ଭାଙ୍ଗିପଡ଼ିଲେ। କୁକୁର ମୃତ୍ୟୁର ଦୁଃଖରେ ସେ ଏତେ ଭାଙ୍ଗିପଡ଼ିଥିଲେ ଯେ, ଶେଷରେ ନିଜେ ଘରେ ଫାଶି ଲାଗାଇ ଆତ୍ମହତ୍ୟ କରିଛନ୍ତି।
ଏ ନେଇ ସୋମଦେବଙ୍କ ପୁଅ ଅମନ କୁହନ୍ତି, କୁକୁରର ମୃତ୍ୟୁକୁ ନେଇ ବାପା ବହୁତ ଦୁଃଖରେ ଥିଲେ। ସେଦିନ ସେ ମଦ ମଧ୍ୟ ପିଇଥିଲେ। ତେବେ ଆମେ ସମସ୍ତେ ନିଜ ନିଜ କାମରେ ଘରୁ ଚାଲିଯାଇଥିଲୁ। ଯେତେବେଳେ ଘରକୁ ଫେରିଲୁ ବାପାଙ୍କୁ ଘରୁ ଝୁଲନ୍ତା ଅବସ୍ଥାରେ ପାଇଲୁ ।
କୋତଓ୍ବାଲୀ ଥାନା ଅଧିକାରୀ ମନୀଷରାଜ ଭଦୌରିୟା କୁହନ୍ତି, ପଡୋଶୀଙ୍କ କହିବାନୁଯାୟୀ, ସୋମଦେବ କୁକୁର ମୃତ୍ୟୁରେ ଦୁଃଖରେ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

Share