ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର ବିଶ୍ବନାଥ ମିର୍ଦ୍ଧା ବୋଲି ସୂଚନା ମିଳିଛି। କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ସାଧାରଣ ନିର୍ବାଚନ ନେଇ ମତଦାନ ସମୟରେ ହତ୍ୟାକାଣ୍ଡ ଘଟିଥିବା ଯୋଗୁ ଏହା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌, ଏସ୍‌ପି ପି.ଏସ୍‌ ମୀନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବ୍ୟାପକ ତନାଘନା ଚଳାଇଛି।

Share