ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍‌ନୀ

ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍‌ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ ଶରୀରରେ ଘୁଷୁରି କିଡ୍‌ନୀ ଲଗାଯାଇଛି।

ନ୍ୟୁୟର୍କର ସର୍ଜନମାନେ ଘୁଷୁରିର କିଡ୍‌ନୀକୁ ଜଣେ ରୋଗୀଙ୍କ ଶରୀରରେ ସଫଳତା ପୂର୍ବକ ପ୍ରତ୍ୟାର୍ପିତ କରିଛନ୍ତି। ତାଙ୍କ ଅଙ୍ଗ ସମ୍ପୂର୍ଣ୍ଣ ଭାବେ କାମ କରିଛି। ଡାକ୍ତରୀ ବିଜ୍ଞାନରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଯାହା ଦ୍ୱାରା ଗୁରୁତର ରୋଗୀଙ୍କ ଅଙ୍ଗରେ ଏକ ବଡ଼ ଏବଂ ନୂତନ ଯୋଗାଣ ନିଶ୍ଚିତ ହୋଇପାରିବ ବୋଲି ଆଶା କରାଯାଉଛି। ତଥାପି ଏହି ପ୍ରତିରୋପଣ ହେତୁ ଘୁଷୁରି କିଡ୍‌ନୀ ପ୍ରତିରୋପଣର ଦୀର୍ଘକାଳୀନ ପରିଣାମ ସମ୍ପର୍କରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ କୁହନ୍ତି, ଏହି ଚିକିତ୍ସା ପ୍ରଣାଳୀ ଆରୋଗ୍ୟ ପ୍ରକ୍ରିୟାର ଏକ ମାଇଲ୍‌ଖୁଣ୍ଟ ଅଟେ।

ୟୁଏଏସ୍‌ ଟୁଡେ ଏହି ଟ୍ରାନ୍ସପ୍ଲାଣ୍ଟ ରିପୋର୍ଟ ପ୍ରକାଶ କରିଥିଲା। ଏ ପର୍ଯ୍ୟନ୍ତ କୌଣସି ଡାକ୍ତରୀ ବହିରେ ଏହାର ସମୀକ୍ଷା କରାଯାଇନାହିଁ କିମ୍ବା ପ୍ରକାଶିତ ହୋଇନାହିଁ। ଜନ୍‌ ହପ୍‌କିନ୍ସ ସ୍କୁଲ ଅଫ୍‌ ମେଡିସିନ୍‌ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ପ୍ରଫେସର ଡ. ଡୋରୀ ସେଗେଭ କହିଛନ୍ତି, ଅଙ୍ଗର ଦୀର୍ଘାୟୁ ବିଷୟରେ ଆମକୁ ଅଧିକ ଜାଣିବାକୁ ହେବ। ଅନୁସନ୍ଧାନକାରୀମାନେ ଦୀର୍ଘଦିନ ଧରି ମଣିଷ ଶରୀରରେ ପ୍ରତିରୋପଣ ପାଇଁ ଉପଯୁକ୍ତ ଘୁଷୁରି ଅଙ୍ଗ ବିକାଶ କରିବାକୁ ଚେଷ୍ଟା କରିଥିଲେ। ଏହି ଅଙ୍ଗଗୁଡ଼ିକରେ ହାର୍ଟ, ଫୁସ୍‌ଫୁସ୍‌ ଏବଂ ଯକୃତ ମଧ୍ୟ ଅନ୍ତର୍ଭୁକ୍ତ।

ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷା ତାଲିକାରେ ବର୍ତ୍ତମାନ ୧୦୦୦୦୦ରୁ ଅଧିକ ଆମେରିକୀୟ ଅଛନ୍ତି। ଯେଉଁଥିରେ କିଡ୍‌ନୀ ଆବଶ୍ୟକ କରୁଥିବା ଲୋକ ହେଉଛନ୍ତି ୯୦,୨୪୦ ଜଣ।

Share