Categories: ଜାତୀୟ

ସଡ଼କ ଦୁର୍ଘଟଣା ରୋକିବାକୁ ୭,୫୦୦ କୋଟିର ଯୋଜନା

ନୂଆଦିଲ୍ଲୀ,୧୭।୩ (ପି.ଟି.): ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ। ପ୍ରତିବର୍ଷ ୧.୫ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ଜୀବନ ଯାଉଛି। ସେଥିରୁ ୬୫ ପ୍ରତିଶତଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ। ଦୁର୍ଘଟଣା ରୋକିବା ଲାଗି କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ୭,୫୦୦ କୋଟି ଟଙ୍କାର ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରାଜ୍ୟ ସଭାରେ ବୁଧବାର ପ୍ରଶ୍ନୋତ୍ତର କାଳରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଓ ବ୍ଲାକ୍‌ ସ୍ପଟ୍‌ କମାଇବାକୁ ବିଶ୍ୱ ବ୍ୟାଙ୍କ ସହାୟତାରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ।

Share