ଶ୍ରମିକଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଓଟାଓ୍ବା,୨୪।୧: ଉତ୍ତର କାନାଡାର ଏକ ଖଣିକୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ଯାତ୍ରୀବାହୀ ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ବଞ୍ଚିଯାଇଛି। ତେବେ ବର୍ତ୍ତମାନ ବ୍ୟକ୍ତିଙ୍କ ଅବସ୍ଥା ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେନା ଏବଂ ଫେଡେରାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଆଣ୍ଟାରିୟରେ ମିଳିତ ଉଦ୍ଧାର କାର୍ଯ୍ୟ ସମନ୍ବୟ କେନ୍ଦ୍ର କହିଛି ଯେ, ବିମାନଟି ୮.୩୦ରେ ଉଡ଼ାଣର କିଛି ସମୟ ପରେ ଆଉ ସମ୍ପର୍କ ହୋଇପାରିନଥିଲା।

Share