ତୃତୀୟ ଲହର ଲାଗି ଯୋଜନାବଦ୍ଧ ଲଢ଼େଇ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଦ୍ୱିତୀୟ ଲହରର ତାଣ୍ଡବ ଦେଶରୁ ନ ଯାଉଣୁ ଏବେ ତୃତୀୟ ଲହର ଆସିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ବୈଜ୍ଞାନିକ। କଡ଼ା ପଦକ୍ଷେପ ଗ୍ରହଣ କରି ତୃତୀୟ ଲହର ସହିତ ଲଢ଼େଇ କରିବାକୁ ହେବ ବୋଲି ଭାରତ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟରାଘବନ କହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହର କେବେ ଆସିବ ତାହା ଜଣା ନ ଥିଲେ ମଧ୍ୟ ଏହା ନିଶ୍ଚିତ ଆସିବ। ତେଣୁ ଏହାର ମୁକାବିଲା ଲାଗି ଯୋଜନାବଦ୍ଧ ଭାବେ ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ୟ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ତୃତୀୟ ଲହରକୁ ସହଜରେ କାବୁ କରିହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ବିଭିନ୍ନ ରାଜ୍ୟ, ଜିଲା ତଥା ସହରସ୍ତରରେ ପ୍ରଭାବଶାଳୀ ଭାବେ ମାର୍ଗଦର୍ଶିକା ଲାଗୁ ହେବା ଜରୁରୀ ବୋଲି ସେ କହିଛନ୍ତି। ଦେଶରେ ଏବେ ୟୁକେ ଭ୍ୟାରିଆଣ୍ଟ୍‌ର ପ୍ରଭାବ କମିବାରେ ଲାଗିଛି। ତେବେ ନୂଆ ଭ୍ୟାରିଆଣ୍ଟ୍‌ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ସାବଧାନତା ଅବଲମ୍ବନ କଲେ ତୃତୀୟ ଲହରର ପ୍ରଭାବକୁ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି।

Share