୫ ଦିନ ହେବ କୁକୁର ମୁହଁରେ ପଶିଛି ପ୍ଲାଷ୍ଟିକ ଡବା: ଉଦ୍ଧାର ପାଇଁ ଉଠିଲା ଦାବି

ଲୋଇସିଂହା,୧୮।୬(ସୁଶାନ୍ତ ବାରିକ):ଏକ ବୁଲା କୁକୁର ମୁହଁରେ ପ୍ଲାଷ୍ଟିକ ଡବା ପଶି ଯାଇଛି। ଏଭଳି ଏକ ଦୃଶ୍ୟ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ) ରେ ଦେଖିବାକୁ ମିଳିଛି। ୫ ଦିନ ବିତି ଯାଇଥିଲେ ସୁଦ୍ଧା କୁକୁର ମୁହଁରୁ ଡବା କଢ଼ା ଯାଇପାରିନାହିଁ। ଡବା କାଢ଼ିବାକୁ ଉଦ୍ୟମ କରି ଗ୍ରାମର ଯୁବଗୋଷ୍ଠୀ ବିଫଳ ହୋଇଥିଲେ। ଫଳରେ କୁକୁରଟି ନ ଖାଇ ନ ପିଇ ହାଲିଆ ହୋଇପଡିବା ସହ ଗ୍ରାମର ଚତୁଃପାର୍ଶ୍ୱରେ ଚକ୍କର୍‌ କାଟି ନୟାନ୍ତ ହୋଇପଡିଛି। ସ୍ନାନ, ଶୌଚ ସମେତ ବିଭିନ୍ନ କାମରେ ପଦାକୁ ବାହାରୁ ଥିବା ମହିଳାମାନେ କୁକୁରକୁ ଦେଖି ଭୟଭୀତ ହୋଇପଡିଛନ୍ତି। ଅଳିଆ ଗଦାରୁ ଖାଦ୍ୟ ଅନ୍ବେଷଣ ବେଳେ ଉକ୍ତ ବୁଲା କୁକୁର ମୁହଁରେ ଏହି ଡବା ପଶିଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ବନ ବିଭାଗ ଓ ଅଗ୍ନିଶମବାହିନୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଫଳରେ ଏକ ନିରୀହ ପଶୁ୍‌ର ଜୀବନ ଉଦ୍ଧାର ହୋଇପାରିବ ବୋଲି ସାଧାରଣ ମତ ପ୍ରକାଶ ପାଇଛି।