୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି

କଟକ,୧୩।୯: ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି। ଏଭଳି ଘଟଣା ଘଟିଛି କଟକ ଜିଲା ବିଜୁ ପଟ୍ଟନାୟକ ଛକରେ। ୨ ଜଣଙ୍କୁ ଧକ୍କା ଦେଇ ପୋଲିସ ଗାଡ଼ି ନାଳରେ ପଶିଛି। ଏଥିରେ ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ହୋଇଛନ୍ତି। ପୋଲିସ ଗାଡ଼ିର ଡ୍ରାଇଭର ନିଶାସକ୍ତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଦେଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଗାଡ଼ି ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ନେଇଯାଇଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉତ୍ତେଜନା ଲାଗି ରହିଛିି।