Categories: ଜାତୀୟ

ବନ୍ୟାରେ ଭୁଶୁଡ଼ିଗଲା ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ

ଗୁଆହାଟି,୨୯।୬: ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ ଅଟ୍ଟାଳିକା ନଷ୍ଟ ହେବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ୨୧ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ମଧ୍ୟ ହୋଇଛନ୍ତି। ଇତିମଧ୍ୟରେ ବନ୍ୟା ଯୋଗୁ ଆସାମର ଏକ ପୋଲିସ ଷ୍ଟେଶନ ଭୁଷୁଡ଼ିପଡ଼ିଥିବାର ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଏକ ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ ନଦୀରେ ବୁଡ଼ି ଯାଉଥିବାର ନଜର ଆସିଛି। ସୂଚନା ମୁତାବକ, ବନ୍ୟା ଯୋଗୁ ବ୍ରହ୍ମପୁତ୍ର ନଦୀ କୂଳଲଂଘିଥିବା ବେଳେ ଏହାର ଜଳସ୍ତର ଗାଁମୁହାଁ ହୋଇ ଅନେକ ଘରଦ୍ୱାରର କ୍ଷୟକ୍ଷତି ହୋଇଛି। ଫଳରେ ନାଲବାରି ଜିଲାରେ ଥିବା ଭଙ୍ଗନମାରି ପୋଲିସ ଷ୍ଟେଶନ ୨ମହଲା ବିଶିଷ୍ଟ ହୋଇଥିବା ବେଳେ ବନ୍ୟାରେ ଜଳମଗ୍ନ ହୋଇଥିଲା। ନଦୀର ପ୍ରବଳ ସ୍ରୋତ ଯୋଗୁ ଭଙ୍ଗନମାରି ପୋଲିସ ଷ୍ଟେଶନର ଏକ ବଡ଼ ଅଂଶଟି ଭୁଶୁଡ଼ିପଡ଼ିଥିବା ଜଣାପଡ଼ିଛି।

Share