ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌, ଆଉ ତା’ ପରେ…

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲକୋଇରେ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ଏନ୍‌ଏଚ୍‌ ୪୯ ଅବରୋଧ ଆନ୍ଦୋଳନ ଓ ତେଲକୋଇ ବନ୍ଦ ଆନ୍ଦୋଳନ ପାଇଁ ପୋଲିସ ଫୋର୍ସ ଧରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ଆହତମାନଙ୍କୁ ମେଡିକାଲ ପଠାଯାଇଥିବା ବେଳେ ଅନ୍ୟମାନେ ଡ୍ୟୁଟିରେ ଯାଇଥିବା ଜଣାପଡ଼ିଛି।

Share