Categories: ଜାତୀୟ

ଆମ୍ବୁଲାନ୍ସ ଭିତରେ ଥିଲେ ଗର୍ଭବତୀ, ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ମୁମ୍ବାଇ,୧୪ା୧୧: ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍‌ ନିଆଁ ଲାଗିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।  ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା ଘର କ୍ଷତିଗ୍ରସ୍ତ ହୋଇଛି।

ସୂଚନା ମୁତାବକ, ବୁଧବାର ରାତିରେ ମହାରାଷ୍ଟ୍ର ଜଲଗାଓଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜାଲଗାଓଁ ଜିଲା ଡାକ୍ତରଖାନାକୁ ଅଣାଯାଉଥିଲା। ଇଞ୍ଜିନରୁ ଧୂଆଁ ବାହାରୁଥିବାରୁ ଡ୍ରାଇଭର ଦେଖି ଗର୍ଭବତୀଙ୍କୁ ବାହାରକୁ ଆଣି ନିଜେ ବାହାରି ଆସିଥିଲେ। ଫଳରେ ଅଳ୍ପକେ ରକ୍ଷା ପାଇଯାଇଥିଲେ ହେଁ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଜଳିଯାଇଛି।

Share