ଫୁଲବାଣୀ ଅଫିସ/ବାଲିଗୁଡା(ଡି.ଏନ.ଏ.),୩ା୮: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗ ଥାନା ଟେଟେରା ଗଁାକୁ ଭଲ ରାସ୍ତା ନ ଥିବାରୁ ପୁଣି ଜଣେ ଗର୍ଭବତୀଙ୍କୁ ଦୋଳାରେ ନିଆଯାଇଛି। ମୁଖ୍ୟରାସ୍ତାଠାରୁ ଟେଟେରା ଗାଁ ପ୍ରାୟ ୨/୩ କିମି ଦୂରରେ ରହିଛି।ଆଜି ଯାଏ ଏହି ଗ୍ରାମକୁ ରାସ୍ତା ନିର୍ମାଣ ହୋଇନାହିଁ। ମଝିରେ ନଦୀ ଯାଇଛି। ଗ୍ରାମର ଅରୁଣ ପ୍ରଧାନଙ୍କ ସ୍ତ୍ରୀ ଆରତୀଙ୍କ ସୋମବାର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରିବାର ଲୋକେ ଆଶାକର୍ମୀଙ୍କୁ ଜଣାଇବା ସହ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ମୁଖ୍ୟ ରାସ୍ତାରେ ଅଟକି ଥିଲା। ଆମ୍ବୁଲାନ୍ସ କର୍ମଚାରୀ ଏବଂ ଗ୍ରାମର ଲୋକେ ଆରତୀଙ୍କୁ ଭାରରେ କାନ୍ଧେଇ ଜଙ୍ଗଲ ରାସ୍ତା, ନଦୀ ଅତିକ୍ରମ କରି ଆମ୍ବୁଲାନ୍ସ ପାଖରେ ପହଞ୍ଚତ୍ ଥିଲେ । ତାଙ୍କୁ ତୁରନ୍ତ ସାରଙ୍ଗଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆରତୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଉଭୟ ସୁସ୍ଥ ଅଛନ୍ତି ା