ଜିଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ଭଦ୍ରକ ଅଫିସ,୧୬।୫: ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ମୁଲିଆ ସଙ୍ଘ ଭଦ୍ରକ ଜିଲା କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଭୂମିହୀନଙ୍କୁ ଘର ପଟ୍ଟା ଓ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସରକାରୀ ବସ୍ତିର ମାନ୍ୟତା, ଜାଗା ମିଶନରେ ପ୍ରମାଣ ପତ୍ର ଯୋଗାଇବା ଦାବିରେ ଏହି ଆନ୍ଦୋଳନ ହୋଇଛି। ସହରାଞ୍ଚଳର ସମସ୍ତ ବସ୍ତିକୁ ଶୀଘ୍ର ସରକାରୀ ମାନ୍ୟତା, ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କରାଯାଇ ଜାଗା ମିଶନରେ ଜାଗା ପ୍ରମାଣ ପତ୍ର ଓ ବାସଗୃହ ଯୋଗାଇ ଦେବା, ୨୦୦ ୟୁନିଟ ବିଜୁଳି ବିନା ଦେୟରେ ଯୋଗାଇ ଦିଆଯାଉ, ଭୂମିହୀନ ପରିବାରକୁ ଦଖଲ ଜମିର ପଟ୍ଟା ଆଦି ୨ ଦଫା ଦାବିରେ ଶତାଧିକ ଭୂମିହୀନ ଗଣ ଧାରଣାରେ ବସିଛନ୍ତି l ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ବଳରାମ ନାଇକ, ବିକ୍ରମ ହେମ୍ବ୍ରମ, ଚୈତନ ହେମ୍ବ୍ରମ, ଜବ ନାଇକ, କୁନି ସିଂ, କୁନିଦାସ, ସୀତା ବାରିକ ପ୍ରମୁଖ ଧାରଣରେ ସାମିଲ ଥିଲେ।

Share