Categories: ଜାତୀୟ

ସନ୍ତାନ ଜନ୍ମ ପାଇଁ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ଲାଗି ପାରୋଲରେ ଯାଇ ପାରିବେ କଏଦୀ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୩।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କର ମାତାପିତା ହେବା ଏବଂ ସନ୍ତାନ ଜନ୍ମ କରିବାର ଅଧିକାର ରହିଛି। ଏପରି ବ୍ୟକ୍ତି ଜେଲରେ ଥିଲେ ମଧ୍ୟ ଦେଶର ନାଗରିକ। କୋର୍ଟ କହିଛନ୍ତି, ଭାରତର ନ୍ୟାୟପାଳିକା ସର୍ବଦା ବନ୍ଦୀମାନଙ୍କର କୌଣସି ମୌଳିକ ଅଧିକାର ନ ଥିବା ମନୋଭାବକୁ ଗ୍ରହଣ କରି ନ ଥାଏ। ସୁପ୍ରିମକୋର୍ଟଙ୍କ ବିଚାରପତିଙ୍କ ଦ୍ୱାରା ଦିଆଯାଇଥିବା ସମାନ ପରମ୍ପରାକୁ ଅନୁସରଣ କରନ୍ତି ଏବଂ ଏହି କୋର୍ଟ ସମ୍ମାନଜନକ ସାମ୍ବିଧାନିକ ଅଧିକାରକୁ ସମର୍ଥନ କରୁଛନ୍ତି।

ନୂତନ ପରିସ୍ଥିତି ଏବଂ ଆହ୍ବାନଗୁଡ଼ିକୁ ବଜାୟ ରଖିବା ଏବଂ ଅନ୍ତର୍ଭୁକ୍ତ କରିବା ସପକ୍ଷରେ ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମା କହିଛନ୍ତି ସ୍‌ଏକ ମାମଲାରେ ନିର୍ଦ୍ଦିଷ୍ଟ ସମୟରେ ଅଭିଭାବକ ହେବା ଏବଂ ସନ୍ତାନ ପ୍ରସବ କରିବାର ଅଧିକାର ହେଉଛି ଏକ ମୌଳିକ ଅଧିକାର।ଅଦାଲତ କହିଛନ୍ତି ଯଦିଓ ଜଣେ ଦୋଷୀଙ୍କର ବ୍ୟକ୍ତିଗତ ସ୍ବାଧୀନତା ପାଇଁ ମାନବିକ ଅଧିକାରକୁ ରାଜ୍ୟର ସୁରକ୍ଷା ସପକ୍ଷରେ ଆତ୍ମସମର୍ପଣ କରିବାକୁ ପଡିବ ଏବଂ ଆଇନର ନିୟମ ପ୍ରତିଷ୍ଠା କରିବାକୁ ପଡିବ, ତଥାପି ଦୋଷୀ ତାଙ୍କ ଜୀବନ ଅଧିକାରର ସଂରକ୍ଷଣରୁ ବଞ୍ଚିତ ହୋଇପାରିବ ନାହିଁ।

ଏହି ଅଦାଲତ ମତ ଦେଇଛନ୍ତି ଦୋଷୀ ଜେଲରେ ରହିବାରୁ ତାଙ୍କ ବୈବାହିକ ସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରି ଗର୍ଭଧାରଣ ଏବଂ ସନ୍ତାନ ପ୍ରସବରେ ବାଧା ସୃଷ୍ଟି ହେଉଛି। ତେଣୁ ଏକ୍ଷେତ୍ରରେ ସହାନୁଭୂତି ସହିତ ନିଷ୍ପତ୍ତି ନେବା ଆବଶ୍ୟକ। ତଥାପି ଆଇନର ମାନଦଣ୍ଡ ଆଧାରରେ ଏସବୁ କରାଯାଇ ପାରିବ। ଜଷ୍ଟିସ ଶର୍ମା ଦୋଷୀ କୁନ୍ଦନ ସିଂଙ୍କ ଆବେଦନ ଶୁଣାଣି କରିଥିଲେ ଯେଉଁଥିରେ ସେ ତିନି ବର୍ଷ ତଳେ ବିବାହ କରିଥିବା କାରଣରୁ ତାଙ୍କ ପରିବାର ବୃଦ୍ଧି ପାଇଁ ସନ୍ତାନେ ଜନ୍ମ ଲାଗି ପାରୋଲରେ ମୁକ୍ତ ହେବାକୁ ଚାହୁଁଥିଲେ। ତାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ତାନ ନାହାନ୍ତି। ସେ ଏବଂ ତାଙ୍କ ସ୍ତ୍ରୀ ଆଇଭିଏଫ ପ୍ରକ୍ରିୟା ମାଧ୍ୟମରେ ଏକ ସନ୍ତାନ ପାଇବାକୁ ଚାହୁଁଥିବାରୁ ସେ କିଛି ଡାକ୍ତରୀ ପରୀକ୍ଷା କରିବାକୁ ଚାହୁଁଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ।

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସିଂ ୧୪ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ତାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଅଦାଲତ ସିଂଙ୍କୁ ଚାରି ସପ୍ତାହ ପାଇଁ ପାରୋଲ ପ୍ରଦାନ କରିଛନ୍ତି।
ଜଷ୍ଟିସ ଶର୍ମା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାରୋଲ ପ୍ରଦାନ କିମ୍ବା କାରାଗାରରେ ବୈବାହିକ ସମ୍ପର୍କ ତଥା କଞ୍ଜୁଗାଲ ଅଧିକାର ବଜାୟ ରଖିବା ପାଇଁ କଞ୍ଜୁଗାଲ ପରିଦର୍ଶନକୁ କୋର୍ଟ ବିଚାର କରୁନାହାଁନ୍ତି। ଅଦାଲତ କହିଛନ୍ତି, ଦିଲ୍ଲୀ ଜେଲ ନିୟମ, ୨୦୧୮ ଅନୁଯାୟୀ ପାରୋଲ ଅନୁଦାନକୁ ନିୟନ୍ତ୍ରଣ କରୁଥିବା ଆଇନର ପାରାମିଟର ମଧ୍ୟରେ ସନ୍ତାନଟିଏ ପାଇବା ପାଇଁ କଏଦୀଙ୍କୀ ମୌଳିକ ଅଧିକାରକୁ ବିଚାରକୁ ନେଇଛନ୍ତି। ବିଚାର କରାଯାଇ ପାରୋଲ ଲାଗି ଅନୁମତି ଦିଆଯାଇଛି।

 

Share