Categories: ଫୁରସତ

ଆମ୍‌ଲେଟ୍‌ ଖାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର

ଦିଲ୍ଲୀର ଜଣେ ଷ୍ଟ୍ରିଟ ବିକ୍ରେତା ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ ଦେଇଛନ୍ତି। ତାଙ୍କ ଆମଲେଟ ଚ୍ୟାଲେଞ୍ଜରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗ୍ରାହକଙ୍କୁ ଏକ ବିରାଟ ନଗଦ ପୁରସ୍କାର ଜିତିବାର ସୁଯୋଗ ଦେଇଛନ୍ତି। ୩୧ ଅଣ୍ଡାରେ ପ୍ରସ୍ତୁତ ଆମ୍‌ଲେଟ୍‌କୁ ଯିଏ ମାତ୍ର ୩୦ ମିନିଟରେ ଖାଇଦେବ, ତାହାକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିବ ବୋଲି ଦୋକାନୀ ଘୋଷଣା କରିଛନ୍ତି। ରାଜୀବ ଭାଇ ନାମରେ ଜଣାଶୁଣା ଷ୍ଟ୍ରିଟ ବିକ୍ରେତା ନିଜେ ଏହି ଆମଲେଟ ତିଆରି କରନ୍ତି। ଏହି ବିଶାଳ ଆମ୍‌ଲେଟ ଅନେକ ଉପାଦାନ ମିଶ୍ରଣ ଦ୍ୱାରା ପ୍ରସ୍ତୁତ, ଯେଉଁଥିରେ ବହୁ ପରିମାଣର ବଟର୍‌, ୩୧ରୁ ଅଧିକ ଅଣ୍ଡା, କବାବ ଏବଂ ମିକ୍ସ ଭେଜ୍‌ ମଧ୍ୟ ସାମିଲ ଅଛି।
ଫିଟନେସ ପ୍ରେମୀ ଚିରାଗ ବଡ଼ଜାତ୍ୟ ଏହି ବିଶାଳ ଆମଲେଟର ଭିଡିଓକୁ ଏକ୍ସରେ ଶେୟାର କରିଛନ୍ତି, ଯାହା ମୂଳତଃ ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିଲା। ଭିଡିଓରେ ରାଜୀବ ଏକ ଗରମ ପ୍ୟାନରେ ବଟର୍‌ ସହିତ ଆମଲେଟ ପ୍ରସ୍ତୁତ କରିବା ଆରମ୍ଭ କରନ୍ତି, ତା’ପରେ କଟା ପିଆଜ, ଲଙ୍କା ଏବଂ ଟମାଟୋ ପକାନ୍ତି। ତା’ପରେ ସେ ୩୧ଟି ଅଣ୍ଡା ପକାନ୍ତି। ଅନ୍ତିମ ସ୍ପର୍ଶରେ କବାବ, ପିଆଜ, ଅତିରିକ୍ତ ପନିପରିବା, ଗ୍ରେଡ ପନିର ପକାନ୍ତି। ଏହାର ମୋଟ ମୂଲ୍ୟ ୧୩୨୦ ଟଙ୍କା।

Share