Categories: ଜାତୀୟ

ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଦିଲ୍ଲୀ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ, ୧।୨: ରାହୁଲ ଗାନ୍ଧୀଙ୍କୁ ତୁରନ୍ତ କଂଗ୍ରେସ ଅଧ୍ୟକ୍ଷ କରିବା ଲାଗି ଦଳର ଦିଲ୍ଲୀ ଶାଖାରେ ରବିବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଆଗାମୀ ଏପ୍ରିଲ-ମେ’ରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ପରେ କଂଗ୍ରେସର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ସ୍ଥିର କରିବା ନିମନ୍ତେ ଦଳର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ପୂର୍ବରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କ୍ଷମତା ପ୍ରଦାନ କରିଥିଲା। ଜୁନ୍‌ ସୁଦ୍ଧା କଂଗ୍ରେସ ଜଣେ ନିର୍ବାଚିତ ଅଧ୍ୟକ୍ଷ ପାଇବ ବୋଲି ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

Share