ବୋଥ୍ରାଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୨୪ା୧୨:ପରୀ ହତ୍ୟା ତଦନ୍ତର ଦିଗ ବାରମ୍ବାର ବଦଳୁଛି। ଗତ ନଭେମ୍ବର ୨୫ରେ ବିଧାସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମେଡିକାଲ ତଥ୍ୟ ଯାଞ୍ଚ ଆଧାରରେ ବଳାତ୍କାର ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଥିଲେ। କିନ୍ତୁ ଡିସେମ୍ବର ୨୨ରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଖବରଦାତା ସମ୍ମିଳନୀରେ ପରୀକୁ ପ୍ରଥମେ ହତ୍ୟା ଓ ପରେ ବଳାତ୍କାର କରାଯାଇଥିବା କହିଛନ୍ତି। ତେଣୁ ସେତେବେଳେ ଓ ଏବେକାର ମେଡିକାଲ ଟେଷ୍ଟ କରିଥିବା ଡାକ୍ତର ଏବଂ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଭାରତୀୟ ବିକାଶ ପରିଷଦ ତରଫରୁ ବୁଧବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ଡବ୍ଳ୍ୟୁପିସି ୩୨୯୫୫) ରୁଜୁ ହୋଇଛି। ସେହିପରି ଯଦି ବର୍ତ୍ତମାନ ଏସ୍‌ଆଇଟି ଦ୍ୱାରା ଚିହ୍ନଟ ହୋଇଥିବା ଅଭିଯୁକ୍ତ ଘଟଣାଦିନ ପରୀ ମରଶରୀରକୁ ପୋଖରୀ ନିକଟରେ ଅଖାରେ ବାନ୍ଧି ଫିଙ୍ଗି ଦେଇଥିଲେ, ତେବେ ପୋଲିସ ଓ ସନ୍ଧାନୀ କୁକୁର ସେହି ସ୍ଥାନକୁ ବାରମ୍ବାର ତଦନ୍ତ ପାଇଁ ଆସିଥିବା ସତ୍ତ୍ବେ ନଷ୍ଟ ହୋଇ ଯାଇଥିବା ମରଶରୀରର ଗନ୍ଧ ଜାଣି ପାରିଲେନି କିପରି। ଏହାବ୍ୟତୀତ ପରୀଙ୍କ ମା’ ଓ ଅଭିଯୁକ୍ତ ସରୋଜ ସେଠୀଙ୍କ ମା’ ଶୈଳବାଳା ସେଠୀ କହିଛନ୍ତି ଯେ, ୧୦ଦିନ ପରେ ମରଶରୀରକୁ ଆଣି ସେଠାରେ ଫିଙ୍ଗା ଯାଇଛି। ପ୍ୟାକିଂ କରାଯାଇଥିବା ଅଖା ବ୍ୟାଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ତଦନ୍ତବେଳେ ଅଭିଯୁକ୍ତଙ୍କ ପରିବାରକୁ ଦୋଷ ସ୍ବୀକାର କରାଇବା ପାଇଁ ଏସ୍‌ଆଇଟି ପକ୍ଷରୁ ନାନାଦି ପ୍ରଲୋଭନ ଯଚାଯାଇଛି। ଏସ୍‌ଆଇଟିର ତଦନ୍ତ ଏକ ପ୍ରକାର ବାଟବଣା ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଏଜେନ୍ସି ଦ୍ୱାରା ତଦନ୍ତ ନ କରାଇ ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ତରଫରୁ କୋର୍ଟରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଭାଜପା ସରକାର ଭାଙ୍ଗିଯିବ::ଭବିଷ୍ୟବାଣୀ କଲେ ଜୟଦେବ

ଛେନାପଦି,୨୬ା୧୨(ନିରାକାର ପରିଡା):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚ଼ନ ମଣ୍ଡଳୀର ଶଙ୍ଖଣାଠାରେ ବନ୍ଧୁମିଳନ ନାମରେ କଂଗ୍ରେସର କର୍ମୀ ସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ...

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଦାଉ ସାଧିଛି ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର

ଗଞ୍ଜାମ, ୨୫।୧୨(ବିଦ୍ୟାଧର ସାହୁ): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ବାଲିଗୁଡା,୨୫।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri