Categories: ଫୁରସତ

ସ୍କୁଲ ବସ୍‌ ଉପରେ ପଡ଼ିଲା ୧୦କ୍ୱିଣ୍ଟାଲ ଓଜନର ଏକ କଖାରୁ, ଆଉ ତା’ ପରେ…

ବାଡ଼ି ବଗିଚାରେ ଲଗାଯାଉଥିବା କଖାରୁର ଓଜନ ୧୦ରୁ ୧୫ କିଲୋଗ୍ରାମ ହେବା ସାଧାରଣ କଥା। ମାତ୍ର ୧୦ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏପରି ଏକ ବିରାଟ କଖାରୁର ଭିଡିଓ ଭାଇରାଲ ହେଉଛି। ଏହି କଖାରୁକୁ ଏକ କ୍ରେନ୍‌ ସାହାଯ୍ୟରେ ସ୍କୁଲ ବସ୍‌ ଉପରେ ପକାଯାଉଛି।

viralhog ନାମକ ଇନ୍‌ଷ୍ଟାଗ୍ରାମରେ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ କରାଯାଏ। ଏବେ ଏହି ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଏକ କଖାରୁ ଏକ ସ୍କୁଲ୍‌ ବସ୍‌ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି କଖାରୁ ପ୍ଲାଷ୍ଟିକରେ ତିଆରି। କିନ୍ତୁ ଏହି କଖାରୁ କାହିଁକି ବସ୍‌ ଉପରେ ଛାଡ଼ି ଦିଆଗଲା ଜାଣନ୍ତୁ ସେ ସମ୍ପର୍କରେ…

କଖାରୁ ବସ୍‌ ଉପରେ ପଡ଼ିବା ମାତ୍ରେ ଏହା ଚେପା ହୋଇଗଲା। ଏହା ପଛରେ ଏକ ବଡ଼ କାରଣ ଅଛି ଯାହା ଜାଣିଲେ ପ୍ରଶଂସା କରିବେ। ଏହା ସ୍ଥାନୀୟ ସାକ୍ଷରତା ପରିଷଦ ପାଇଁ ପାଣ୍ଠି ସଂଗ୍ରହ କରାଯାଇପାରିବ।

ଏହି ଭିଡିଓକୁ ୮୫ ହଜାରରୁ ଅଧିକ ଲୋକ ଦେଖିସାରିଥିବା ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ୧୦ କ୍ୱିଣ୍ଟାଲରୁ ଅଧିକ ଓଜନ କଖାରୁ ଯାହା ଖାଇ ହୋଇଥାନ୍ତା। ଅଶିକ୍ଷିତ ଲୋକମାନେ କିପରି ଶିକ୍ଷିତ ହୋଇପାରିବେ ତାହା ବ୍ୟାଖ୍ୟା କରିବାରେ ନଷ୍ଟ ହୋଇଗଲା। ଜଣେ କହିଛନ୍ତି, ଏହା କେବଳ ଆମେରିକାରେ ହୋଇପାରେ।

Share