ନାଁ ନ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରହମାନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କଡଙ୍କର ଏବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏବେ ନେହା ଟ୍ରୋଲର ଶିକାର ହୋଇଛନ୍ତି । ସିଙ୍ଗର ନେହା ଏବେ ତାଙ୍କ ଲାଟେଷ୍ଟ ସଙ୍ଗ ‘ଓ ସଜନା’କୁ ନେଇ ଟ୍ରୋଲ ହୋଇଛନ୍ତି । ନେହାଙ୍କ ଏହି ଗୀତକୁ ନେଇ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ରିମିକ୍ସ ସଙ୍ଗକୁ ନେଇ ପୁଣିଥରେ ଚର୍ଚ୍ଚା ଯୋର ଧରିଛି । ଫାଲଗୁନି ପାଠକଙ୍କ ଏଭରଗ୍ରୀନ ସଙ୍ଗ ‘ମୈନେ ପାୟଲ ହୈ ଛନକାଇ’ର ରିମିକ୍ସ ଭର୍ସନ କରି ନେହା ଟ୍ରୋଲର ଶିକାର ହୋଇଛନ୍ତି । ଏହାକୁ ନେଇ ଫାଲଗୁନି ପାଠକ ନେହାଙ୍କ ଉପରେ ଅସନ୍ତୁଷ୍ଟ ଥିବା ବେଳେ ଆଉ କେତେଜଣ ସିଙ୍ଗର ଏହି କଣ୍ଟ୍ରୋଭର୍ସିରେ ଫାଲଗୁନି ପାଠକଙ୍କୁ ସପୋର୍ଟ କରିଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଲିଜେଣ୍ଡ ଏଆର ରହମାନ ।

ସୂଚନାଯୋଗ୍ୟ, ରିମିକ୍ସ କଲଚରକୁ ନେଇ ରହମାନ ରିଆକ୍ଟ କରିଛନ୍ତି । ସେ ନେହାଙ୍କ ନାମ ନ ନେଇ କହିଛନ୍ତି ଯେତେ ଅଧିକ ମୁଁ ରିମିକ୍ସ କଲଚରକୁ ଦେଖିଛି ସେତେ ବେଶୀ ଏହା ବିକୃତ ହୋଇ ଚାଲିଛି । କମ୍ପୋଜରଙ୍କ ଇଣ୍ଟେନଶନ ବିକୃତ ହୋଇଯାଉଛି । ଲୋକେ କହୁଛନ୍ତି ମୁଁ ଏହାକୁ ରି-ଇମୋଜିନ କରିଛି । ହେଲେ ତୁମେ କିଏ ରି-ଇମୋଜିନ କରିବା ବାଲା । ମୁଁ ସବୁବେଳେ ଆଉ କାହାର କାମକୁ ନେଇ ସାବଧାନ ରହିଥାଏ । ଆପଣଙ୍କୁ ଅନ୍ୟର କାମକୁ ସମ୍ମାନ ଦେବା କଥା ହେଲେ ମୋତେ ଲାଗୁଛି ଏହା ଗ୍ରେ ଏରିଆ । ଆମକୁ ଏହାକୁ ସଜାଡିବାର ଆବଶ୍ୟକତା ରହିଛି । ଏ ଆର ରହମାନଙ୍କ ପୂର୍ବରୁ ସୋନା ମହାପାତ୍ର ବି ନେହାଙ୍କୁ ଟାର୍ଗେଟ କରିଥିଲେ ।

Share