Categories: ଜାତୀୟ

ଏ. ରାଜାଙ୍କ ୧୫ ବେନାମୀ ସମ୍ପତ୍ତି ଦଖଲକଲା ଇଡି

ନୂଆଦିଲ୍ଲୀ,୧୧ା୧୦: ମନିଲଣ୍ଡରିଂ ମାମଲାରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଡିଏମ୍‌କେ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜାଙ୍କ ୧୫ଟି ସ୍ଥାବର ବେନାମୀ ସମ୍ପତ୍ତିକୁ ଦଖଲକୁ ନେଇଛି। ଏହି ସମ୍ପତ୍ତିର ମୂଲ୍ୟ ୫୫ କୋଟି ଟଙ୍କା ହେବ। ରାଜାଙ୍କ ବେନାମୀ କମ୍ପାନୀ କୋଭାଇ ଶେଲ୍ଟର୍ସ୍‌ ପ୍ରମୋଟର୍ସ ଇଣ୍ଡିଆ ପ୍ରା.ଲିଃ ନାମରେ ରହିଛି। ରାଜାଙ୍କ ବିରୋଧରେ ଚାଲିଥିବା ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ଇଡି ତଦନ୍ତ କରୁଥିବାବେଳେ ପିଏମ୍‌ଏଲ୍‌ଏର ବ୍ୟବସ୍ଥା ଅନୁଯାୟୀ ବେନାମୀ ସମ୍ପତ୍ତିକୁ ତଦନ୍ତକାରୀ ସଂସ୍ଥା ନିଜ ଦଖଲକୁ ନେଇଛି। ଉକ୍ତ ସମ୍ପତ୍ତି ମଧ୍ୟରେ ରହିଛି କୋଏମ୍ବାଟୁର୍‌ରେ ୪୫ ଏକର ଜମି, ଯାହାକୁ ଗତ ଜୁନ୍‌ରେ ଇଡି ବାଜ୍ୟାପ୍ତ କରିଥିଲା।

Share