ଜଳବନ୍ଦୀ ସ୍ଥିତିର ମୁକାବିଲା କରିବ ରାପିଡ୍‌ ଆକ୍ସନ୍‌ ଟିମ୍‌

ଭୁବନେଶ୍ୱର, ୩।୭ (ବନ୍ଦନା ସେଠୀ): ଅସରାଏ ବର୍ଷାରେ ଭୁବନେଶ୍ୱରର ବିକାଶ ଉବୁଟୁବୁ ହେଉଛି। ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ଚେତୁନି ବିଏମ୍‌ସି। ସେଥିପାଇଁ ମୁକୁଳା ଡ୍ରେନ୍‌ରେ ପଡି ଗୋଟେ ପରେ ଗୋଟେ ଅମୂଲ୍ୟ ଜୀବନ ଚାଲିଯାଉଛି। ତେବେ ଗତ କିଛିଦିନ ତଳେ ୟୁନିଟ୍‌-୩ ମସ୍‌ଜିଦ କଲୋନୀ ନାଳରେ ଭାସି ଜଣେ ନାବାଳକର ମୃତ୍ୟୁ ହେବା ପରେ ବିଏମ୍‌ସି ଅଧିକାରୀଙ୍କ ଚେତାପଶିଛି। ବିଭାଗୀୟ ମନ୍ତ୍ରୀଙ୍କ ତନାଘନା ପରେ ବିଏମ୍‌ସି ପକ୍ଷରୁ ସହରର ୩୪ଟି ସମ୍ବେଦନଶୀଳ ସ୍ଥାନ ଓ ୧୨ଟି ବଡବଡ ଜଳବନ୍ଦୀ ସ୍ଥାନ ଚିହ୍ନଟ କରାଯାଇଛି। ଏହି ସମ୍ବେଦନଶୀଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଜନା ହୋଇଥିବାବେଳେ ସେଥିରେ ମନ୍ତ୍ରୀଙ୍କ ମୋହର ବାଜିବାକୁ ବିଏମ୍‌ସି ଅପେକ୍ଷା କରିଛି। ତେବେ ସେ ପର୍ଯ୍ୟନ୍ତ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଏମ୍‌ସି ପକ୍ଷରୁ ଏକ ରାପିଡ୍‌ ଆକ୍ସନ୍‌ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଜଳବନ୍ଦୀ ନେଇ ଖବର ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ସମସ୍ୟାର ସମାଧାନ କରୁଛିି। ତେବେ ବିଏମ୍‌ସି ପକ୍ଷରୁ ମାତ୍ର ୧୨ଟି ବଡ ସ୍ଥାନ ଚିହ୍ନଟ ହୋଇଥିବାବେଳେ ସହରରେ ଦୁର୍ଘଟଣା ଆଶଙ୍କା ସୃଷ୍ଟି କରୁଥିବା ଅନେକ ଛୋଟଛୋଟ ଜଳବନ୍ଦୀ ସ୍ଥାନ ରହିଛି। ମାତ୍ର ବିଏମ୍‌ସି ଅଧିକାରୀଙ୍କ ନଜର ସେଠାରେ ପଡିନାହିଁ କିମ୍ବା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତରବରିଆ ଭାବେ ଜଳବନ୍ଦୀ ସ୍ଥାନ ଚିହ୍ନଟ କରି ଏଗୁଡିକୁ ବାଦ୍‌ ଦିଆଯାଇଥିବା କୁହାଯାଉଛି। ବର୍ଷା ସମୟରେ ସହରସାରା ଜଳବନ୍ଦୀ ସ୍ଥିତି ଉପୁଜୁଥିବାବେଳେ ସ୍ବଳ୍ପ ମାନବ ସମ୍ବଳକୁ ନେଇ ଗଠିତ ଏହି ସ୍ବତନ୍ତ୍ର ଟିମ୍‌ ସମସ୍ୟାର ସମାଧାନ କିପରି କରିବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ଉତ୍ତର, ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ୩ଟି ଜୋନ୍‌ ପାଇଁ ଗୋଟିଏ ଲେଖାଏ ଅର୍ଥାତ୍‌ ମୋଟ୍‌ ୩ଟି ରାପିଡ୍‌ ଆକ୍ସନ ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଜଣେ ଲେଖାଏ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ରହିଛନ୍ତି। ଏମାନେ ଡ୍ରେନେଜ୍‌ ବିଭାଗର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ। ସେହିପରି ପ୍ରତ୍ୟେକ ଟିମ୍‌ରେ ୫/୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ସେମାନଙ୍କୁ କୋଡ଼ି, କୋଦାଳ, ଆବର୍ଜନା ଛଣାଯନ୍ତ୍ରଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରଞ୍ଜାମ ଦିଆଯାଇଛି। ଏଥିସହ ସେମାନଙ୍କ ସୁରକ୍ଷା ପାଇଁ ଗ୍ଲୋବ୍‌, ବୁଟ୍‌ ଏବଂ ହେଲ୍‌ମେଟ୍‌ ଆଦି ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ଟିମ୍‌କୁ ୨ଟି ଜେସିବି ପ୍ରଦାନ କରାଯାଇଛି ଏବଂ ଆବଶ୍ୟକ ସମୟରେ ଜେସିବି ସଂଖ୍ୟାକୁ ବଢାଯିବ ବୋଲି ସୂଚନା ଦିଆଯାଇଛି। କୌଣସି ସ୍ଥାନରେ ଜଳବନ୍ଦୀ ନେଇ ଟୋଲ୍‌ ଫ୍ରି ନଂ.୧୯୨୯ କିମ୍ବା ଜରୁରିକାଳୀନ ନମ୍ବରରେ କଲ୍‌ ଆସିଲେ ତାହାକୁ ସମ୍ପୃକ୍ତ ଜୋନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ସୂଚିତ କରାଯିବା ସହ ତୁରନ୍ତ ସେବା ପାଇଁ ପଠାଯାଉଛି। ଏହାବାଦ୍‌ ମୋଟର ପମ୍ପ ବ୍ୟବହାର ସହ ଏଜେନ୍ସିର ଲୋକମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ଜରୁରିକାଳୀନଭିତ୍ତିରେ ଏସବୁ କାମ ହେଉଥିବାବେଳେ ବର୍ଷା ପରେ ଏନେଇ କେତେ ଖର୍ଚ୍ଚ ହେଲା ତାହାର ହିସାବ କରାଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ତେବେ ନେଡିଗୁଡ କହୁଣିକୁ ବୋହିଯିବା ଭଳି ଜୀବନ ଯିବା ପରେ ଏଭଳି ଯୋଜନାକୁ ନେଇ ବିଏମ୍‌ସିକୁ ସହରବାସୀ ତୀବ୍ର ସମାଲୋଚନା କରୁଛନ୍ତି। ଆବଶ୍ୟକ ସମୟରେ ଏଭଳି ପଦକ୍ଷେପ ନେଇଥିଲେ ଅନେକ ଘଟଣା ଓ ଦୁର୍ଘଟଣାକୁ ଏଡାଇ ଦିଆଯିବା ସହ ବହୁ ଜୀବନ ରକ୍ଷା ପାଇଯାଇଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ...

ଖୁସି ଖବର:ଆଜି ନିଯୁକ୍ତି ପାଇବେ ୧୬ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୫ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୬ହଜାର ୯ଜଣ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

ସୃଷ୍ଟିହେଲା ଲଘୁଚାପ: ମା’ଙ୍କ ଆଗମନରେ ଭିଜିପାରେ ଓଡ଼ିଶା

ଭୁବନେଶ୍ୱର,୪।୧୦: ଉତ୍ତର ବଙ୍ଗୋପସାଗରରେ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକାରୁ...

ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ

ଦାରିଙ୍ଗବାଡି,୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିରେ ଶାରଦୀୟ ଛୁଟି ପାଇଁ ପ୍ରବଳ ଭିଡ଼ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri